ଅମୀର ଖାନଙ୍କ ସିନେମା ସଂପର୍କରେ ଏ କଥା ଜାଣନ୍ତି କି ?

ମୁମ୍ବାଇ: ଏପରି ଅନେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଛି, ଯାହାର ପ୍ରଥମ ଦିନର କଲେକ୍ସନ ଉତ୍ସାହଜନକ ନ ଥିଲା ,ଯାହା ପରେ ବ୍ଲକ ବଷ୍ଟର ମୁଭିର ମାନ୍ୟତା ପାଇଛିି । ମିଷ୍ଟର ପରଫେକସନିଷ୍ଟ ଅମୀର୍‌ ଖାନଙ୍କ ଏଭଳି ବକ୍ସ ଅଫିସରେ ସ୍ଲୋ ଷ୍ଟାର୍ଟର ବ୍ଲକବଷ୍ଟର ଫିଲ୍ମ ଗୁଡିକ ସଂପର୍କରେ ସୂଚନା..

ରାଜା ହିନ୍ଦୁସ୍ତାନୀ-୧୯୯୬ରେ ମୁକ୍ତିଲାଭ କରିଥିବା ଧର୍ମେଶ ଦର୍ଶନଙ୍କ ନିଦ୍ଦେଶିତ ତଥା ଅମୀର ଖାନ୍‌ ଓ କରିସ୍ମା କପୁରଙ୍କ ଅଭିନୀତ ‘ ରାଜା ହିନ୍ଦୁସ୍ତାନୀ’ ବକ୍ସ ଅଫିସରେ ୭୬କୋଟି ଆୟ କରିଥିଲା । ତେବେ ଏହାର ପ୍ରଥମ ଦିନର କଲେକ୍‌ସନ ଥିଲା ମାତ୍ର ୫୯ ଲକ୍ଷ ଟଙ୍କା ।

ସରଫରୋସ୍‌-୧୯୯୮ର ଅମୀର ଖାନ ଷ୍ଟାର୍‌ର ଫିଲ୍ମ ‘ ସରଫରୋସ୍‌’ ମୋଟ  ୩୩ କୋଟି ୫୦ ଲକ୍ଷ ଟଙ୍କାର ଆୟ କରିଥିଲା। ହେଲେ ଏହାର ପ୍ରଥମ ଦିନର ରୋଜଗାର ଥିଲା ୮୩ଲକ୍ଷ ଟଙ୍କା । ଜେ ମେଥ୍ୟୁ ମଥାନଙ୍କ ଏହି ସିନେମାରେ ସୋନାଲୀ ବେନ୍ଦ୍ରେ ନାୟିକା ଭୂମିକା ନିଭାଇଥିଲେ।

photo-voices of youth

ଲଗାନ୍‌ -ଅମୀର ଖାନଙ୍କ ବହୁଚର୍ଚ୍ଚିତ ‘ ଲଗାନ୍‌’ ୬୬ କୋଟିର ଆୟ କରିଥିଲା, ହେଲେ ଏହାର ପ୍ରଥମ ଦିନର ଆୟ ଥିିଲା ମାତ୍ର ୧ କୋଟି ଟଙ୍କା ।

ସମ୍ବନ୍ଧିତ ଖବର