ଭାରତ ଅପେକ୍ଷା ଚୀନରେ ଅଧିକ ବ୍ୟବସାୟ କରୁଛି ଅମୀରଙ୍କ ସିକ୍ରେଟ୍‌ ସୁପରଷ୍ଟାର

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିର ଖାଁଙ୍କ ଗୋଟିକ ପରୋ ଗୋଟିଏ ଫିଲ୍ମ ଚୀନରେ ବେଶ ସଫଳ ହେଉଛି । ଗତ ଦଙ୍ଗଲ ଚୀନ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିବାବେଳେ ଏବର୍ଷ ଅମୀରଙ୍କ ଆଉ ଏକ ଫିଲ୍ମ ସିକ୍ରେଟ୍‌ ସୁପରଷ୍ଟାରର ଓପନିଂ ବେଶ୍‌ ଦମଦାର ରହିଛି । ଏପରିକି ଏହି ଫିଲ୍ମଟି ଭାରତରେ ଯେତିକି ଓପନିଂ ଦେଇଥିଲା ଚୀନାରେ ତାଠାରୁ ଅଧିକ ଆୟ ହୋଇଅଛି । ଏହି ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଚୀନରେ ରେକର୍ଡ ୧୫ କୋଟି ଟଙ୍କା ଆୟକରିଥିଲା ।ଏପର୍ଯ୍ୟନ୍ତ ଫିଲ୍ମଟି ଚୀନରେ ମୋଟ ୪୩.୩୫ କୋଟି ଟଙ୍କା ଆୟ କରିଛି । କିନ୍ତୁ ଭାରତରେ ରିଲିଜ ଦିନ ଏହା ମାତ୍ର ୪.୫ କୋଟି ଟଙ୍କା ଆୟ କରିଥିଲା ।

ସିକ୍ରେଟ୍‌ ସୁପରଷ୍ଟାରରେ ଏକ ଝିଅର କାହାଣୀ ରହିଛି, ଯିଏକି ଜଣେ ଗାୟିକା ହେବାକୁ ଚାହୁଁଛି । କିନ୍ତୁ ତା ବାପା ଏହାକୁ ବିରୋଧ କରୁଛନ୍ତି । ତେବେ ସେ ହତାଶ ନହୋଇ ୟୁଟ୍ୟୁବ ମାଧ୍ୟମରେ ନିଜର ଭିଡିଓ ପ୍ରସାରଣ କରି ଲୋକପ୍ରିୟ ହୋଇପାରୁଛି । ଏହି ଫିଲ୍ମରେ ଜାୟିରା ଓ୍ଵାସିମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଗତ ବର୍ଷ ଚୀନରେ ରିଲିଜ ହୋଇଥିବା ବଲିଉଡ୍‌ ଫିଲ୍ମ ଦଙ୍ଗଲ ଚୀନରେ ରେକର୍ଡ ବ୍ୟବସାୟ କରିଥିବା ଓ ସର୍ବାଧିକ ଆୟକାରୀ ଅଣ ହଲିଉଡ ଫିଲ୍ମର ମାନ୍ୟତା ପାଇଥିଲା । ଦଙ୍ଗଲରେ ମଧ୍ୟ ଅମୀର ଖାଁ ଓ ଜାୟିରା ଓ୍ଵାସିମ ଅଭିନୟ କରିଥିଲେ ।

ସମ୍ବନ୍ଧିତ ଖବର