ଇନଷ୍ଟାଗ୍ରାମରେ ହଟ୍‌ ଫଟୋ ଓ ପ୍ରଶ୍ନ ସେଆର୍‌ କରି ଟ୍ରୋଲ୍‌ ହେଲେ ଅମିଷା ପଟେଲ୍‌

0 592

ମୁମ୍ବାଇ: ବଲିଉଡ୍‌ ନାୟିକା ଅମିଷା ପଟେଲ୍‌ କିଛି ବର୍ଷ ହେବ ସିନେମାରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ସେ ସୋସିଆଲ୍‌ ମିଡିଆରେ ସକ୍ରିୟ ଅଛନ୍ତି। ମଝିରେ ମଝିରେ ଅମିଷା ପଟେଲ ନିଜର ହଟ୍‌ ଫଟୋ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେଆର କରୁଛନ୍ତି।

ହଟ୍‌ ଆଣ୍ଡ୍‌ ସେକ୍ସି ଅମିଷା ପଟେଲ ନିକଟରେ ନିଜର ଏକ ହଟ୍‌ ଫଟୋ ଇନ୍‌ଷ୍ଟ୍ରାଗ୍ରାମରେ ସେଆର କରି ସେଥିରେ ପ୍ରଶ୍ନ କରିଛନ୍ତି ଯେ ବାମ ନା ଡାହାଣ, କେଉଁ ପଟ ଆପଣଙ୍କର ପସନ୍ଦ? ମୁଁ ଟିକେ ଦ୍ୱିଧାରେ ରହିଛି।

ଅମିଷା ପଟେଲ୍‌ ନିଜର ହଟ୍‌ ଫଟୋ କାରଣରୁ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କର ଫଟୋ ଉପରେ ୟୁଜରମାନେ ଏଭଳି ଅଶ୍ଳୀଳ ଟିପ୍‌ପଣୀ କରୁଥିଲେ, ଯାହା ବିସ୍ମୟ ସୃଷ୍ଟି କରୁଥିଲା।

୪୨ ବର୍ଷ ବୟସ୍କା ଅମିଷା ଏବେ ବି ଖୁବ୍‌ ଯୁବା ଦିଶୁଛନ୍ତି, ଠିକ୍‌ ଯେମିତି ସେ କ୍ୟାରିଅର୍‌ ଆରମ୍ଭ କରିବା ବେଳେ ଦିଶୁଥିଲେ। ଏହି କାରଣରୁ ଇନ୍‌ଷ୍ଟାଗ୍ରାମରେ ନିଜର ସେକ୍ସି ଫଟୋ ଜରିଆରେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଅମିଷା ପଟେଲ।

ଅମିଷା ପଟେଲ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ମୁଭି ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡରେ ଏଣ୍ଟି୍ର ନେଇଥିଲେ। ଏହାପରେ ସେ ବହୁ ହିଟ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
‘କହୋ ନା ପ୍ୟାର୍‌ ହେ’ଓ ‘’ଗଦ୍ଦର ଏକ ପ୍ରେମ୍‌ କଥା’ଭଳି ଦୁଇ ଦୁଇଟି ବ୍ଲକବଷ୍ଟର ମୁଭିର ନାୟିକା ଅମିଷା ଅଭିନୟ ଅପେକ୍ଷା ଆଫେଆର୍‌ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କରିନା କପୁର ଓହରି ଯାଇଥିଲେ।ତା’ପରେ ସେହି ଭୂମିକାଟି ମିଳିଥିଲା ସୁଇଟ୍‌ ଅମିଷା ପଟେଲଙ୍କୁ। ଅମିଷା ତାଙ୍କ ଅଭିନୀତ ପ୍ରଥମ ସିନେମା ‘କହୋ ନା ପ୍ୟାର୍‌ ହେ’ରେ ଷ୍ଟାର୍‌ ବନିଗଲେ।
ଅମିଷା ପଟ୍ଟେଲ୍‌ଙ୍କର ଦ୍ୱିତୀୟ ସିନେମା ଥିଲା ‘ଗଦ୍ଦର ଏକ ପ୍ରେମ୍‌ କଥା’।ଏହା ବି ବ୍ଲକବଷ୍ଟର ହୋଇଥିଲା। ଏହାପରେ ତାଙ୍କର ଫିଲ୍ମ ଗୁଡ଼ିକ ଲଗାତାର ଫ୍ଲପ୍‌ ହେବାରେ ଲାଗିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.