କେବିସି ପାଇଁ ଅମିତାଭ ବଢ଼ାଇଲେ ପାରିଶ୍ରମିକ : ପ୍ରତି ଏପିସୋଡ୍‌କୁ ନେବେ ୩ କୋଟି

ମୁମ୍ବାଇ : ବଲିଉଡ୍‌ର ବିଗ ବି ଖୁବ୍‌ ଶୀଘ୍ର ତାଙ୍କର ବହୁଚର୍ଚ୍ଚିତ ଟେଲିଭିଜନ ରିଆଲିଟି ସୋ କୌନ ବନେଗା କୋରଡ଼ପତିରେ ନଜର ଆସିବା ପାଇଁ ଯାଉଛନ୍ତି । ଚଳିତ ବର୍ଷ କେବିସିର ୧୦ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ସୋ’ର ଉପସ୍ଥାପନ ଦାୟିତ୍ୱରେ ଥିବା ଅମିତାଭ ବଚ୍ଚନ ତାଙ୍କ ପାରିଶ୍ରମିକକୁ ବୃଦ୍ଧି କରାଇ ୩ କୋଟି କରିଛନ୍ତି ।

jagran.com

ସାଧାରଣ ଲୋକଙ୍କୁ କିଛି ପ୍ରଶ୍ନର ଉତ୍ତର ଦେଇ କୋଟିପତି ହେବାର ସୌଭାଗ୍ୟ ପ୍ରଦାନ କରୁଥିବା ରିଆଲିଟି ସୋ’ କେବିସିର ୧୦ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବ ବର୍ଷ ଭଳି ସୋନି ଟିଭି ରେ ପ୍ରସାରିତ ହେବ । ଏହାର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଜୁନ୍‌ ମାସରୁ ଆରମ୍ଭ ହେବାକୁ ଥିବା ବେଳେ ସୋ’ ଅଗଷ୍ଟରେ ଟେଲିଭିଜନ୍‌ରେ ପ୍ରସାରଣ ହେବାର ସୂଚନା ରହିଛି। ପୂର୍ବ ସୂଚନା ଅନୁଯାୟୀ ଅମିତାଭ କେବିକେର ପୂର୍ବ ସଂସ୍କରଣରେ ଚ୍ୟାନେଲ୍‌ ସହିତ ୨୦୦କୋଟି ଟଙ୍କାର ଚୁକ୍ତି କରିଥିଲେ । ଯେଉଁଥିରେ କି ସେ ୭୫ଟି ଏପିସୋଡ଼ରେ ଉପସ୍ଥାପନା କରିଥିଲେ । ଏହି ହିସାବରେ ପ୍ରତି ଏପିସୋଡ଼କୁ ତାଙ୍କୁ ୨.୬ କୋଟି ଟଙ୍କା ମିଳିଥିଲା କିନ୍ତୁ ଚଳିତ ବଷ ର୍ ଏହାକୁ ବୃଦ୍ଧି କରି ବିଗ୍‌ବି ପ୍ରତି ଏପିସୋଡ଼ ଲାଗି ୩ କୋଟି ଟଙ୍କା ଦାବି କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୋ’ର କେତୋଟି ଏପିସୋଡ଼ ସୁଟିଂ ହେବ ସେ ନେଇ କିଛି ସୂଚନା ମିଳିନାହିଁ ।

ସମ୍ବନ୍ଧିତ ଖବର