ଖୁସିରେ ଶ୍ୱଶୂରଙ୍କୁ ଆଲିଙ୍ଗନ କରିପକାଇଲେ ବୋହୂରାଣୀ, ଆରାଧ୍ୟା ପରି ବ୍ୟବହାର ନକରିବାକୁ କହିଲେ ବିଗ୍‌ ବି!

ମୁମ୍ବାଇ: ଅଧିକାଂଶ ସମୟରେଝିଅ ଆରାଧ୍ୟାଙ୍କ ସହ ନଜର ଆସନ୍ତି ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେଲିବ୍ରିଟ୍‌ କିଡ୍‌ମାନଙ୍କ ମଧ୍ୟରେ ଆରାଧ୍ୟା କାଫି ଲୋକପ୍ରିୟ। କିନ୍ତୁୁ ଐଶ୍ୱର୍ଯ୍ୟାଙ୍କର ଯେଉଁ ଭିଡିଓ ଦେଖିବାକୁ ମିଳିଛି ସେଥିରେ ଝିଅ ଆରାଧ୍ୟା ନୁହଁନ୍ତି ବରଂ ଶ୍ୱଶୂର ଅମିତାଭ ଦେଖିବାକୁ ମିଳିଛନ୍ତି।

ଏକ ପୁରସ୍କାର ବିତରଣ ଉତ୍ସବରେ ଉଭୟ ଶ୍ୱଶୂର-ବୋହୂଙ୍କୁ ପୁରସ୍କାର ମିଳିବା ପରେ ଗଣମାଧ୍ୟମ ପକ୍ଷରୁ ବିଗ୍‌ ବିଙ୍କୁ ଏକ ପ୍ରଶ୍ନ ପଚରା ଯାଇଥାଏ। ପ୍ରଶ୍ନଟି ଥିଲା, ତାଙ୍କ ବିଜୟରେ ଆରାଧ୍ୟା କିପରି ପ୍ରତିକ୍ରିୟା ଦେଖାଇବ ଏବଂ ତାଙ୍କ ପରିବାରରେ ଚାରି ଜଣ କଳାକାର ଥିବାରୁ ତାଙ୍କ ପରିବାର ମାହଲ କେମିତି ଥାଏ? ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଲେ, ‘ଆମେ ଘରେ ଚାରି ଜଣ ନୁହଁ, ମୋ ବାପା ହରିବଂଶ ରାୟ ବଚ୍ଚନଙ୍କୁ ମିଶାଇ ପାଞ୍ଚ ଜଣ କଳାକାର। ଏବେ ଷଷ୍ଠ କଳାକାର ମଧ୍ୟ ଆମ ଘରକୁ ଆସି ସାରିଛି। ସେ କଳାକାର ହେବାକୁ ପ୍ରସ୍ତୁତ ହେଉଛି।’

 

ଉଲ୍ଲେଖଯୋଗ୍ୟ, ସେହି ମଞ୍ଚରେ ଅମିତାଭଙ୍କୁ ଅତ୍ୟନ୍ତ ଶ୍ରଦ୍ଧାର ସହ ଆଲିଙ୍ଗନ କରି ବୋହୂ ଐଶ୍ୱର୍ଯ୍ୟା ତାଙ୍କୁ ବେଷ୍ଟ ବୋଲି କହିବାରୁ ବିଗ୍‌ ବି ହସି ଦେଇ କହିଲେ ଆରାଧ୍ୟା ପରି ବ୍ୟବହାର ବନ୍ଦ କର। ଏ ଭିଡିଓ ଗତବର୍ଷର କୌଣସି ଫ୍ୟାସନ୍‌ ସୋ’ର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର