ବିବାହ ବାର୍ଷିକୀରେ ପତ୍ନୀ ଜୟାଙ୍କ ପାଇଁ ଚମତ୍କାର ବାର୍ତ୍ତା ଦେଲେ ମହାନାୟକ

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କର ୪୫ତମ ବିବାହ ବାର୍ଷିକୀ ଅବସରରେ ପତ୍ନୀ ଜୟା ବଚ୍ଚନଙ୍କ ସହ ତାଙ୍କର ଥିବା ଏକ କଳା-ଧଳା ଫଟୋକୁ ଟୁଇଟର୍‌ରେ ସେୟାର୍‌ କରି ଚମତ୍କାରୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଜୟା ଯେହେତୁ ବର୍ତ୍ତମାନ ପରିସ୍ଥିତିରେ ବିଗ୍‌ ବିଙ୍କ ସହ ତାଙ୍କ ସାଙ୍ଗରେ ନାହାନ୍ତି ତ ସେମାନେ ତାଙ୍କର ଏକ ସ୍ୱତନ୍ତ୍ର ଉତ୍ସବକୁ ସାଥୀ ହୋଇ ମନେଇ ପାରିନାହାନ୍ତି। ସେ ତାଙ୍କର ଏକ ପୁରୁଣା ଫଟୋ ସେୟାର୍‌ କରି ସୋସିଆଲ୍‌ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି।

ବିଗ୍‌ ବି ଲେଖିଛନ୍ତି, ‘୩ ଜୁନ୍‌ ହେଉଛି ପତ୍ନୀଙ୍କୁ ମନେ ପକାଇବାର ଦିନ, ଯିଏ ଏବେ ଯାତ୍ରା କରୁଛନ୍ତି। ଏତେ ବର୍ଷ ଏକତ୍ର ରହିବାର ଅଭିନନ୍ଦନ ବି ଦେବାର ଅଛି। ଆସନ୍ତାକାଲି ହେଇଯିବ ଆଉ ଏକ ଦିନ। ଅନେକଙ୍କ ପାଇଁ ସାଧାରଣ କିନ୍ତୁ ମୋ ପାଇଁ ସ୍ୱତନ୍ତ୍ର। ଜୀବନ ତା’ ବାଟରେ। ଆମର ଲମ୍ବା ଏବଂ ନ୍ୟାୟସଂଗତ ଯାତ୍ରା ଜାରି ରହିଛି।’

୭୫ ବର୍ଷିଅ ମହାନାୟକ ମୁମ୍ବାଇର ପାଗ ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ଚାଷୀ ଏବଂ ଗୃହହୀନ ବ୍ୟକ୍ତିଙ୍କ ଅବସ୍ଥା ପାଇଁ ଦୁଃଖ ବି ପ୍ରକାଶ କରିଛନ୍ତି। ସେ ଆହୁରି ବି ପୋଷ୍ଟ କରିଛନ୍ତି ଯେ ଏହି ମୁହୂର୍ତ୍ତ ପାଇଁ ପ୍ରକୃତି ବର୍ଷ ବର୍ଷ ଅପେକ୍ଷା କରେ।

ସମ୍ବନ୍ଧିତ ଖବର