ତାପ୍‌ସୀ ପନ୍ନୁଙ୍କ ଫ୍ୟାନ୍‌ ହେଲେ ବିଗ୍‌ ବି, ଟ୍ଵିଟ୍‌ କରି ପଚାରିଲେ ଏହି ପ୍ରଶ୍ନ

ମୁମ୍ବାଇ : ଫିଲ୍ମ ‘ପିଙ୍କ୍‌’ରେ ବଲିଉଡ୍‌ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ସାଉଥ୍‌ ଷ୍ଟାର ତାପ୍‌ସୀ ପନ୍ନୁ । ଫିଲ୍ମରେ ତାପ୍‌ସୀଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ । ତାପ୍‌ସୀଙ୍କୁ ବଲିଉଡ୍‌ରେ ସେତେ ଅଧିକ ଫିଲ୍ମରେ ଦେଖିବାକୁ ମିଳିନଥିଲେ ମଧ୍ୟ ତାଙ୍କର ଭିନ୍ନ ଅଭିନୟ ପାଇଁ ସମସ୍ତେ ତାଙ୍କୁ ପସନ୍ଦ କରିଛନ୍ତି । ଯେଉଁଥି ପାଇଁ ସେ ଆଜି ପର୍ଯ୍ୟନ୍ତ ବଲିଉଡ୍‌ରେ ତିଷ୍ଠି ରହିଛନ୍ତି । ଗତକାଲି ତାପ୍‌ସୀଙ୍କ ଆଗାମୀ ଫିଲ୍ମ ‘ମୁଲ୍‌କ’ର ଟ୍ରେଲର ରିଲିଜ ହୋଇଥିବା ବେଳେ ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ବିଗ୍‌ ବି ଅଭିତାଭ ବଚ୍ଚନ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ‘ମୁଲ୍‌କ’ର ଟ୍ରେଲର ସେୟାର କରିବା ସହ ତାପ୍‌ସୀଙ୍କୁ ଏକ ପ୍ରଶ୍ନ କରିଥିଲେ ।

‘ଓଏ କୁଡ଼ିଏ, କିନିୟା ପିକ୍‌ଚର କରେଗି ଏକ ସାଲ ମେଁ(କେତେଟା ଫିଲ୍ମ କରିବ ଗୋଟେ ବର୍ଷରେ)’ବୋଲି ଲେଖି ଟ୍ଵିଟ୍‌ କରିଥିଲେ । ଅଭିତାଭ ବଚ୍ଚନଙ୍କ ଟ୍ଵିଟ୍‌ ପାଇବା ପରେ ତାପ୍‌ସୀ ଖୁସି ହେବା ସହ ତାଙ୍କ ଟ୍ଵିଟ୍‌ର ଜବାବ ରଖିଥିଲେ । ସାର୍‌, ଆପଣ ହଁ କରନ୍ତୁ,ଗୋଟେ ଦୁଇଟା ଫିଲ୍ମ ଆମେ ସାଥିରେ କରିବା ବୋଲି ଟ୍ଵିଟ୍‌ କରିଥିଲେ ତାପ୍‌ସୀ ।

aajtak.intoday.in

ସୂଚନା ମୁତାବକ, ‘ମୁଲ୍‌କ’ରେ ତାପ୍‌ସୀଙ୍କ ବ୍ୟତୀତ ଋଷି କପୁର,ଆଶୁତାଷ ରାଣା,ପ୍ରତୀକ ବବ୍ଦର ନଜର ଆସିଛନ୍ତି । ଏହି ଫିଲ୍ମରେ ତାପ୍‌ସୀ ଜଣେ ଓକିଲ ହୋଇଥିବା ଟ୍ରେଲରରୁ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର