‘ଆଭେଞ୍ଜର ଦେଖ କିଛି ବୁଝିପାରିଲି ନାହିଁ’, କହି ଅଡ଼ୁଆରେ ଅମିତାଭ

ନୂଆଦିଲ୍ଲୀ : କିଛି ଦିନ ହେବ ବଚ୍ଚନ ପରିବାର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବଚ୍ଚନ ପରିବାରର ବହୁ ଐଶ୍ୱର୍ଯ୍ୟା ନୁଆ ସୋସିଆଲ ମିଡ଼ିଆ ବ୍ୟବହାର କରି ଚର୍ଚ୍ଚାରେ ଆସିଥିବା ବେଳେ ଶ୍ୱଶୁର ଆଭେଞ୍ଜର: ଇନଫିନିଟି ଚଳଚ୍ଚିତ୍ର ଉପରେ ମତ ଦେଇ ବର୍ତ୍ତମାନ ଅଡ଼ୁଆ ପରିସ୍ଥିତିରେ ଫସିଛନ୍ତି । ନିକଟରେ ବଲିଉଡ଼ର ସେହେନ୍ସା ହଲିଉଡ଼ ସୁପରହିଟ ଚଳଚ୍ଚିତ୍ର ଆରଭେଞ୍ଜର ଦେଖିବା ପାଇଁ ଯାଇଥିଲେ । ଯାହାପରେ ଚଳଚ୍ଚିତ୍ର ସଂପର୍କୀୟ ତାଙ୍କର ପ୍ରତିକ୍ରିୟା ସେ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଲେଖିଥିଲେ । ଯାହାପରେ ପ୍ରଶଂସକ ତାଙ୍କର ପରିହାସ କରିବା ସହ ବିଭିନ୍ନ ପ୍ରକାରର ଉପଦେଶ ପ୍ରଦାନ କରିଥିଲେ ।

ଅମିତାଭ ବଚ୍ଚନ ନିଜର ଟ୍ଵିଟରେ ଲେଖିଥିଲେ “ଆଜ୍ଞା ଦୟାକରି ଖରାପ ଭାବିବେନି , ମୁଁ ଆଜି ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଯାଇଥିଲି । ଯାହାର ନାମ ଆଭେଞ୍ଜର ଥିଲା। କିଛି ବୁଝି ପାରିଲିନି ପ୍ରକୃରେ ଚଳଚ୍ଚିତ୍ରରେ କ’ଣ ଚାଲିଥିଲା!!” ଏହି ଟ୍ଵିଟ୍‌ ପରେ ତାଙ୍କ ପ୍ରଶଂସକ ଅଭେଞ୍ଜରର ପୂର୍ବ ସଂସ୍କରଣ ଦେଖିବା ପାଇଁ ଉପଦେଶ ଦେଇଥିଲେ । ଏହା ଛଡ଼ା କିଛି ଆଭେଞ୍ଜରର ପୂର୍ବ ସଂସ୍କରଣର ତାଲିକାର ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଏବଂ କିଛି ଉପହାସ କରିବାକୁ ଯାଇ ଅଭିତାଭଙ୍କୁ ଆଭେଞ୍ଜର ବଦଳରେ ଅଭିଷେକଙ୍କ ଦ୍ରୋଣା ଦେଖିବା ପାଇଁ କହିଥିଲେ ।
ଆଭେଞ୍ଜର ଭାରତରେ ସବୁଠାରୁ ଅଧିକ ରୋଜଗାର କରିଥିବା ହଲିଉଡ଼ ଚଳଚ୍ଚିତ୍ର ମାନଙ୍କ ମଧ୍ୟରେ ରହିଛି। ଏହା ସହ ୨୦୧୮ରେ ଭାରତରେ ସବୁଠାରୁ ଅଧିକ ରୋଜଗାର କରିଥିବା ଚଳଚ୍ଚିତ୍ର ମାନଙ୍କ ତାଲିକାରେ ମଧ୍ୟ ରହିଛି। ଏହାର ରିଲିଜ୍‌ ଦିନ ହିଁ ଏହା ୪୦.୧୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି ।

ସମ୍ବନ୍ଧିତ ଖବର