ମୁମ୍ବାଇ : ଆସାମରେ ଏବେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ବନ୍ୟାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସାରା ଦେଶବାସୀ ଆସାମକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଲୋକେ ସାହାୟତା ରାଶି ପଠାଉଥିବା ବେଳେ ଏବେ ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁ ସାମିଲ ହୋଇଛି ।
We appreciate Shri Amitabh Bachchan ji for contributing Rs. 51 lakh to Chief Minister's Relief Fund. This is a great gesture & show of care for the people.
Thank you, on behalf of the people of Assam, for your support. @SrBachchan
— Sarbananda Sonowal (@sarbanandsonwal) July 23, 2019
ପୂର୍ବରୁ ଅଭିନେତା ଅକ୍ଷୟ କୁମାର ୨କୋଟି ଟଙ୍କା ଦାନ କରିଥିବା ବେଳେ ଏବେ ବିଗ୍ ବି ଆସାମକୁ ୫୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଏ ନେଇ ଟୁଇଟ୍ କରି ଜଣାଇଛନ୍ତି । ଟୁଇଟ୍ରେ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ଲକ୍ଷ ଟଙ୍କା ଦାନ କରିଥିବାରୁ ଆମେ ଶ୍ରୀ ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କରୁଛୁ । ଆପଣଙ୍କ ସମର୍ଥନ ପାଇଁ ଆସାମବାସୀଙ୍କ ପକ୍ଷରୁ ଧନ୍ୟବାଦ ବୋଲି ଲେଖା ଯାଇଥିଲା ।