୫୦ବର୍ଷ ତଳେ ପ୍ରଥମ ଫିଲ୍ମ ପାଇଁ ଅମିତାଭ ବଚ୍ଚନଙ୍କୁ ମିଳିଥିଲା ମାତ୍ର ଏତିକି ଟଙ୍କା

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ବର୍ଷ କାମ କରି ସାରିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ନିଜ ସୁପରଷ୍ଟାର ଛବି ବଜାୟ ରଖିଛନ୍ତି ଅମିତାଭ ବଚ୍ଚନ । ୫୦ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ସାରିଛନ୍ତି ବିଗ୍‌ ବି । ଏବେ ପୁଣି ତାଙ୍କ ଆଗାମୀ ଫିଲ୍ମ ଗୁଲାବୋ ସିତାବୋ ପାଇଁ ତାଙ୍କୁ ଭିନ୍ନ ଚରିତ୍ରରେ ଦର୍ଶକେ ଦେଖିବାକୁ ପାଇବେ । ଯାହାର ଝଲକ ସାମ୍ନାକୁ ଆସି ସାରିଛି । ତେବେ ବିଗ୍‌ ବିଙ୍କ ଅଭିନୟର ଆରମ୍ଭ ଜୀବନକୁ ଦେଖିବାକୁ ଗଲେ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ବଲିଉଡ୍‌ରେ ପାଦ ରଖିଥିଲେ ବିଗ୍‌ ବି । ଏହା ସମସ୍ତଙ୍କୁ ଜଣା ଥିବା ବେଳେ ଏହି ଫିଲ୍ମ ପାଇଁ ତାଙ୍କୁ କେତେ ଟଙ୍କା ମିଳିଥିଲା ତାହା ବୋଧ ହୁଏ କାହାକୁ ଜଣା ନଥିବ ।

Deccan Chronicle

ସୂଚନା ମୁତାବକ, ଫିଲ୍ମ ସାତ ହିନ୍ଦୁସ୍ତାନୀ ପାଇଁ ବିଗ୍‌ ବିଙ୍କୁ ୫ହଜାର ଟଙ୍କା ମିଳିଥିଲା । ଏହା ଖୁବ୍‌ କମ ଥିବା ଜାଣି ମଧ୍ୟ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ବିଗ୍‌ ବି । ଫିଲ୍ମଟି ବକ୍ସ ଅଫିସରେ ଅସଫଳ ହୋଇଥିଲେ ମଧ୍ୟ ବିଗ୍‌ ବିଙ୍କୁ ଏହି ଫିଲ୍ମ ପାଇଁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳିଥିଲା ।

ସମ୍ବନ୍ଧିତ ଖବର