ପୁଣି ଥରେ ଟ୍ଵିଟର ଉପରେ ବର୍ଷିଲେ ଅମିତାଭ; କହିଲେ କାହିଁକି କମୁଛନ୍ତି ଫଲୋୟର୍ସ

ନୂଆଦିଲ୍ଲୀ : ବଲିଉଡର ଶେହେନଶାହ ବର୍ତ୍ତମାନ ତାଙ୍କର ଆଗମୀ ଚଳଚ୍ଚିତ୍ର ‘୧୦୨ ନଟ ଆଉଟ’ର ପ୍ରୋମସନ୍‌ରେ ବ୍ୟସ୍ତ ରହିଥିବା ବେଳେ ଆଜି ତାହା ମୁକ୍ତିଲାଭ କରିଛି । ଏହା ଭିତରେ ମଧ୍ୟ ଗତ କାଲି ବିଳମ୍ବିତ ରାତିରେ ଟ୍ଵିଟର ଉପରେ ବିଗିଡ଼ିଛନ୍ତି ଅମିତାଭ ବଚ୍ଚନ । ସେ ଟ୍ଵିଟରରେ ତାଙ୍କର ଫଲୋୟର୍ସକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଟ୍ଵିଟରରେ ନିଜର କମ ହେଉଥିବା ଫଲୋୟର୍ସ ସଂଖ୍ୟାକୁ ନେଇ ଟ୍ଵିଟ୍‌ କରିଥିଲେ ଅମିତାଭ । ବର୍ତ୍ତମାନ ଶେଷକୁ ସେ କିଛି ଉପାୟ ନପାଇ ଟ୍ଵିଟରରେ ଅଧିକ ଫଲୋୟର୍ସ ଥିବା ବଲିଉଡ଼ କଳାକାର ଶାହାରୁଖ ଖାନଙ୍କର ସାହାଯ୍ୟ ଲୋଡ଼ିଛନ୍ତି । ଆସନ୍ତୁ ଜାଣିବା କାହିଁକି ପ୍ରକୃତରେ ବିଗ୍‌ ବି ଫଲୋୟର୍ସଙ୍କ ପଛରେ ପଡ଼ିଛନ୍ତି ।

ଗତ କାଲି ରାତି ପ୍ରାୟ ତିନିଟା ସମୟରେ ବିଗ୍‌ ବି ଟ୍ଵିଟ୍‌ରେ ଲେଖିଛନ୍ତି ,ମୁଁ ଟ୍ଵିଟରରେ ଏତେ ମାତ୍ରାରେ ଆକ୍ଟିଭ୍‌ ରହୁଛି , ଏତେ ଟ୍ଵିଟ୍‌ କରୁଛିି କିନ୍ତୁ ମୋର ଫଲୋୟର୍ସ କାହିଁକି ବଢ଼ୁନାହାନ୍ତି । ଟ୍ଵିଟର ମ୍ୟାନେଜର କ’ଣ ମୋର ଟ୍ଵିଟର ସହିତ କିଏ କିଛି କରିଛନ୍ତି କି? ପୂର୍ବରୁ ମଧ୍ୟ ନିଜର ଫଲୋୟର୍ସ ବଢ଼ୁ ନ ଥିବା କାରଣ କହି ଟ୍ଵିଟରରୁ ବିଦାୟ ନେଉଛନ୍ତି ବୋଲି ଟ୍ଵିଟ କରିଥିଲେ ଅମିତାଭ । ତେବେ କିଛି ପ୍ରଶଂସକ ଏଥିପାଇଁ ତାଙ୍କୁ ସାନ୍ତନାତ୍ମକ ଟ୍ଵିଟ କରିଥିବା ବେଳେ କିଛି ପରିହାସ କରିଛନ୍ତି ।

ଅମିତାଭଙ୍କ ଏହି ଟ୍ଵିଟ୍‌ର ପ୍ରତି ଉତ୍ତର ଦେବାକୁ ଯାଇ ଟ୍ଵିଟର କହିଛି, ଟ୍ଵିଟରରେ ଫଲୋ ଏବଂ ଅନ୍‌ଫୋଲ କରିବା ସଂପୂର୍ଣ୍ଣ ଜଣଙ୍କ ବ୍ୟକ୍ତିଗତ ପସନ୍ଦ। ଏଥିପାଇଁ କିଏ କାହାକୁ ବାଧ୍ୟ କରିପାରିବେ ନାହିଁ । ଏହା ଛଡ଼ା ବର୍ତ୍ତମାନ ଟ୍ଵିଟରରେ ଥିବା ଫେକ୍‌ ଆକାଉଣ୍ଟଗୁଡ଼ିକ ଡ଼ିଲିଟ କରାଯାଉଛି। ବୋଧହୁଏ ସେହି କରଣବଶତଃ ତାଙ୍କ ଫଲୋୟର୍ସ କମ ହୋଇଥିବ । ଆଜି ଅମିତାଭ ଏବଂ ଋଷି କପୁରଙ୍କର ଚଳଚ୍ଚିତ୍ର ୧୦୨ ନଟ ଆଉଟ ରିଲିଜ ହୋଇଛି। ଏଥିରେ ଅମିତାଭଙ୍କୁ ଋଷିଙ୍କ ପିତା ଭାବେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର