ଜନ୍ମରୁ ଶୁଣି ପାରୁ ନଥିବା ଝିଅର ବିବାହରେ ଏଭଳି ଭାବେ ଗୀତ ଗାଇଲେ ବାପା, ଟୁଇଟରରେ ଭିଡିଓ ସେୟାର କରି କାନ୍ଦି ପକାଇଲେ ବିଗ୍ ବି
ମୁମ୍ବାଇ : ବଲିଉଡ୍ରେ ବିଗ୍ ବି ନାମରେ ଜଣା ଶୁଣା ଅଭିନେତା ଅମିତାଭ ବଚ୍ଚନ ବୟସର ଏ ପାହାଚରେ ମଧ୍ୟ ବଲିଉଡ୍ରେ ନିଜର ସ୍ଥାନ ବନାଇ ରଖିଛନ୍ତି । ତାଙ୍କ ସହ କାମ ଆରମ୍ଭ କରିଥିବା କଳାକାର ଏବେ ହଜି ଯାଇଥିବା ବେଳେ ଏବେ ବି ଲୋକମାନଙ୍କ ଉପରେ ବିଗ୍ ବିଙ୍କ ଯାଦୁ ରହିଛି । ଭିନ୍ନ ଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଆସି ସେ ସବୁବେଳେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି । ସବୁ ବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହୁଥିବା ବିଗ୍ ବି ଏବେ ନିଜର ଏକ ଟୁଇଟ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଟୁଇଟ୍ରରେ ଜଣେ ବାପା ଶୁଣି ପାରୁ ନଥିବା ଝିଅ ପାଇଁ କିଭଳି ଗୀତ ଗାଉଛନ୍ତି, ତାହାର ଭିଡିଓ ଦେଖି ସେୟାର କରିବା ସହ କ୍ୟାପ୍ସନରେ ‘ଟିୟର୍ସ’ ବୋଲି ଲେଖିଛନ୍ତି ବିଗ୍ ବି । ଭିଡିଓ ଦେଖି ତାଙ୍କ ଆଖିରେ ଲୁହ ଆସି ଯାଇଥିଲା ବୋଲି କହିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।
Sambad is now on WhatsApp
Join and get latest news updates delivered to you via WhatsApp
tears https://t.co/MKekIcfbw9
— Amitabh Bachchan (@SrBachchan) June 24, 2019
ସେୟାର କରାଯାଇଥିବା ଭିଡିଓରେ, ଜଣେ ବ୍ୟକ୍ତି ନିଜ ଝିଅର ବିବାହରେ ଗୀତ ଗାଉଥିବା ଦେଖା ଯାଇଛି । ଝିଅକୁ ନିଜ ମନର କଥା ଗୀତ ଆକାରରେ କହିବା ପାଇଁ ସେ ସଙ୍କେତିକ ଭାଷାର ବ୍ୟବହାର କରୁଛନ୍ତି । ଯାହାକୁ ଶିଖିବା ପାଇଁ ତାଙ୍କୁ ବର୍ଷେ ସମୟ ଲାଗିଥିଲା ବୋଲି ଜଣା ପଡ଼ିଛି । ଭିଡିଓରେ ବ୍ୟକ୍ତିଜଣଙ୍କ ଯେଉଁଭଳି ଭାବରେ ନିଜ ଝିଅକୁ ନିଜ ମନର କଥା କହୁଛନ୍ତି, ତାହା ସମସ୍ତଙ୍କ ଆଖିରେ ନିଶ୍ଚୟ ଲୁହ ଆଣିଦେବ ।