ଭାଇରାଲ୍‌ ହେଉଛି ଅମିତାଭ ବଚ୍ଚନଙ୍କ ୩୦ବର୍ଷ ପୁରୁଣା ଏହି ସାକ୍ଷାତକାର, ରହିଛି ଏଥିରେ କିଛି ଖାସ୍‌ କଥା

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି।  ତିନିଦଶକ ପୁରୁଣା ଏହି ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୩୦ବର୍ଷ ପୂର୍ବେ ଅମିତାଭ ଓ ଜୟା ଏହି ସାକ୍ଷାତକାର ବିବିସିକୁ ଦେଇଥିଲେ। ଗୋଟିଏ ଦିନ ପୂର୍ବରୁ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ ଅବସରରେ ବିବିସି ଏହି ସାକ୍ଷାତକାର ସେୟାର କରିଛି, ଯେଉଁଥିରେ ଦୁହେଁ ନିଜ ଗୃହସ୍ଥୀ ଓ ପିଲାଙ୍କ ବିଷୟରେ କଥା ହେଉଥିବା ଶୁଣିବାକୁ ମିଳୁଛି।

ଏହି ସାକ୍ଷାତକାରରେ ଅମିତାଭ ବଚ୍ଚନ ନିଜ ପିତା ହରିବଂଶ ରାଏ ବଚ୍ଚନ, ମା’ ତେଜି ବଚ୍ଚନ  ଏବଂ ଦୁଇ ସନ୍ତାନ ଅଭିଷେକ ଓ ଶ୍ୱେତାଙ୍କ ବିଷୟରେ କଥା ହେଉଛନ୍ତି। ସାକ୍ଷାତକାରରେ ଯେତେବେଳେ ପିଲାଙ୍କ ଲାଳନପାଳନକୁ ନେଇ କଥା ଉଠିଥିଲା ଜୟା ବଚ୍ଚନ କହିିଥିଲେ, ମୋ ତିନିଟି ସନ୍ତାନ ଅଛନ୍ତି। ସଙ୍ଗେସଙ୍ଗେ ଅମିତାଭ ଜୟାଙ୍କ କଥାକୁ ସ୍ୱୀକାର କରି କହୁଛନ୍ତି ହିଁ ଅଭିଷେକ ଓ ଶ୍ୱେତା ଦୁଇ ଆଉ ମୁଁ ଏକ ଏପରି ତିନିଟି ସନ୍ତାନ ଜୟାଙ୍କ ଅଛନ୍ତି। ସାକ୍ଷାତକାରର ଏହି  ଅଂଶ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସମ୍ବନ୍ଧିତ ଖବର