ଡାକ୍ତରଖାନାରୁ ବାହାରି ମୁହିଁ ଖୋଲିଲେ ଅମିତାଭ ବଚ୍ଚନ: କହିଲେ; ସବୁ କଥାର ବ୍ୟବସାୟୀକରଣ କରିବା ଠିକ୍‌ ନୁହେଁ

ମୁମ୍ବାଇ : ଗତ ମଙ୍ଗଳବାର ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯକୃତ ସମସ୍ୟା ନେଇ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି । ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କର ପ୍ରଶଂସକମାନେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏବେ ତାଙ୍କ ସୁସ୍ଥ ହେବା ଖବର ଶୁଣି ସମସ୍ତେ ଖୁସି ହୋଇଛନ୍ତି । କିନ୍ତୁ ବିଗ୍‌ ବି ଖୁସି ନଥିବା ଦେଖାଯାଇଛି । ଯାହା ତାଙ୍କ ବ୍ଲଗ୍‌ରୁ ସ୍ପଷ୍ଟ ଜଣା ପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ଖବରକାଗଜରେ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇଥିବାର ଦେଖି ବିଗ୍‌ ବି ନିରାଶ ହୋଇଛନ୍ତି । କିଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ଲେଖିଥିବା ବେଳେ କିଛି ଖବରକାଗଜ ଏହାକୁ ମିଛ ବୋଲି ଲେଖିଥିଲେ ।

amitabh bachchan
oneindia.com

ଏହା ଉପରେ ନିଜ ମତ ରଖି ବିଗ୍‌ ବି ନିଜ ବ୍ଲଗ୍‌ରେ ଲେଖିଛନ୍ତି କି, ସମସ୍ତଙ୍କୁ ଅନ୍ୟର ବ୍ୟକ୍ତିଗତ କଥାକୁ ସମ୍ମାନ କରିବା ଦରକାର । କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ବ୍ୟବସାୟୀକରଣ କରିବା ଠିକ୍‌ ନୁହେଁ । ଦ୍ୱିତୀୟ ବ୍ଲଗ୍‌ରେ ସେ ନିଜ ପ୍ରଶଂସକଙ୍କ ଶୁଭେଚ୍ଛା ଓ ଭଲ ପାଇବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର