କାହିଁକି ଋଷିଙ୍କ ଦେହାନ୍ତ ଅପେକ୍ଷା ଇର୍ଫାନଙ୍କ ଦେହାନ୍ତରେ ବେଶି ଦୁଃଖ ପ୍ରକାଶ କଲେ ବିଗ୍‌ ବି !

ମୁମ୍ବାଇ: ସିନେ ତାରକା ଇର୍ଫାନ ଖାନଙ୍କ ପରଲୋକରେ ସାରା ସିନେ ଜଗତ ଦୁଃଖରେ ମିୟମ୍ରାଣ ହୋଇଥିବା ବେଳେ ନିଜର ଶୋକ ପ୍ରକାଶ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଉଭୟ ଋଷି କପୁର ଓ ଇର୍ଫାନ ଖାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିବା ବେଳେ ଇର୍ଫାନଙ୍କ ହେହାନ୍ତ ତାଙ୍କୁ ବିଶେଷ ଦୁଃଖୀ କରାଇଛି ବୋଲି ସେ ଟ୍ବିଟ୍‌ କରି ଲେଖିଛନ୍ତି।

ଅମିତାଭଙ୍କ ଟ୍ବିଟ୍‌ର ଅର୍ଥ ରହିଛି ଯୁବ ଅଭିନେତାଙ୍କ ମୃତ୍ୟୁ ତ‌ାଙ୍କୁ ବିଶେଷ ଦୁଃଖ ଦେବାର କାରଣ ହେଉଛି କିଛି ନୂଆ ସମ୍ଭାବନାକୁ ଆମେ ହରାଇଲେ। ୭୭ ବର୍ଷ ବୟସ୍କ ଅମିତାଭ୍‌ ଟ୍ବିଟର୍‌ରେ ଋଷି କପୁର ଓ ଇର୍ଫାନଙ୍କ କିଛି ଫଟୋକୁ କୋଲାଜ କରି ଏପରି ପୋଷ୍ଟ୍‌ କରିଛନ୍ତି।

ଉ‌ଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି କର୍କଟ ସହ ଲଢ଼େଇ କରୁଥିବା ଇର୍ଫାନ ଖାନ ବୁଧବାର ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ୍‌ରେ ମୃତ୍ୟୁ ବରଣ କରିଥିବା ବେଳେ ଗୁରୁବାର ଦିନ ପ୍ରାଣ ହରାଇଥିଲେ ଋଷି କପୁର୍‌।

ସମ୍ବନ୍ଧିତ ଖବର