ଜାଣନ୍ତୁ ଟୁଇଟରରେ କାହିଁକି ଅମିତାଭ ମାଗୁଛନ୍ତି ଚାକିରି !

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପାଖରେ ସିନେମାରେ କାମ କରିବାର ତାଲିକା କିଛି କମ୍‌ ନାହିଁ। ନିକଟରେ ସେ ଟୁଇଟର କାମ ମାଗି ଥିବାର ଏକ ଖବର ମିଳିଛି। ବିଗ୍‌ ବି ଅମିତାଭ ନିଜର ଟୁଇଟର ଆକାଉଣ୍ଟରେ ଟୁଇଟ କରି ଏକ ଜବ ଆପ୍ଲିକେସନ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜ ସମ୍ପର୍କରେ କହିଛନ୍ତି।

ନିଜ ଟୁଇଟରରେ ଅମିତାଭ ବଚ୍ଚନ ଜନ୍ମ, ବୟସ ଓ ତାଙ୍କର ଅନୁଭୂତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହିତ ସେ ଏକ ଖବର କାଗଜ କଟିଙ୍ଗ ଲଗାଇଛନ୍ତି। ଯେଉଁଥିରେ ଦୀପିକା ପାଦୁକୋନ୍‌ ଓ କଟ୍ରିନା କୈଫ୍‌ଙ୍କ ଉଚ୍ଚତା ଅଧିକ ଥିବାରୁ ସିନେମା ନିର୍ମାତାଙ୍କୁ ସାହିଦ କପୁର ଓ ଅମିର ଖାନ୍‌ ଭଳି କମ ଉଚ୍ଚତା ଥିବା ଅଭିନେତାଙ୍କୁ କାଷ୍ଟ କରିବାରେ ଅସୁବିଧା ହେଉଛି ବୋଲି ଖବର ପ୍ରକାଶ ପାଇଛି।

ନିଜ ସମ୍ପର୍କରେ ଟୁଇଟରରେ ସୂଚନା ଦେଇ ଅମିତାଭ କହିଛନ୍ତି, ଗତ ୪୯ବର୍ଷ ମଧ୍ୟରେ ପାଖାପାଖି ୨୦୦ଟି ସିନେମାରେ କାମ କରିସାରିଛି। ହିନ୍ଦୀ ବ୍ୟତୀତ ଇଂରାଜୀ, ପଞ୍ଜାବି ଓ ବଙ୍ଗଳା ଭାଷା ବି ମୋତେ ଆସେ ବୋଲି ଅମିତାଭ କହିଛନ୍ତି। ଏହି ଖବର ମଜା ନେଇ ଅମିତାଭ ଏହା ବି ଲେଖିଛନ୍ତି, ମୋର ଉଚ୍ଚତା ଅଧିକ ଥିବା ହେତୁ ଏହି ଅଭିନେତ୍ରୀଙ୍କ ସହିତ ମୋତେ କାଷ୍ଟ କରିବାରେ ସିନେ ନିର୍ମାତାମାନଙ୍କୁ କୌଣସି ଅସୁବିଧା ହେବ ନାହିଁ।

 

ସମ୍ବନ୍ଧିତ ଖବର