କେଉଁ ‘ଅମୃତ’ ପାଇଁ ରଣବୀର କପୁରଙ୍କୁ ଧନ୍ୟବାଦ୍‌ ଜଣାଉଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ?

ମୁମ୍ବାଇ : ବଲିଉଡ୍‌ର ବିଗ୍‌ ବି ନିଜ କଥା କହିବାର ଶୈଳୀ ଏବଂ ଲେଖିବାର ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ସେ କରିଥିବା ଟୁଇଟ୍‌କୁ ନେଇ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ତାହା ଭାଇରାଲ ହୋଇଥାଏ । ଏବେ ସେଭଳି କିଛି ଘଟିଛି । ରଣବୀର କପୁରଙ୍କୁ ସେ ଜୀବନରେ ଅମୃତ ଭଳି ଆନନ୍ଦଦାୟକ ଅନୁଭବ କରାଇଥିବାରୁ ଧନ୍ୟବାଦ୍‌ ଜଣାଇଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Bollywood

ରଣବୀରଙ୍କ ସହ ସେଲଫି ନେବା ପରେ ସେ ଟ୍ଵିଟ୍‌ କରିଥିଲେ, ଧନ୍ୟବାଦ୍‌ ରଣବୀର, ଜୀବନରେ ଅମୃତ ଭଳି ଆନନ୍ଦଦାୟକ ଅନୁଭବ ତୁମେ ମୋତେ ଉପହାରରେ ଦେଇଛ। ସେ ନେଇ ହୃଦୟରୁ ମୁଁ ତୁମର ଆଭାରି । ଏ ପର୍ଯ୍ୟନ୍ତ ମୋ ଶରୀର ଉତ୍ତେଜିତ ଏବଂ ଉଜାଗର ହୋଇ ରହିଛି ।’ ଏହି କଥା ଲେଖି ରଣବୀର ତାଙ୍କ ସହ ସେଲ୍‌ଫି ନେଉଥିବାର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଟୁଇଟ୍‌ ପରେ ରଣବୀର ଏମିତି କ’ଣ ଅମୃତ ଦେଲେ ବୋଲି ଲୋକେ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର