କିଏ ତ୍ରିରଙ୍ଗାକୁ ବିକିନି କରି ପିନ୍ଧିଥିଲା ତ କିଏ ଦେଖାଇଥିଲା ଗୋଡ଼,ଏହି ୫ ସେଲିବ୍ରିଟି କରି ସାରିଛନ୍ତି ତ୍ରିରଙ୍ଗାର ଅପମାନ !

ମୁମ୍ବାଇ : ସାରା ଦେଶରେ ଆଜି ୭୨ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସାଧାରଣ ଜନତାଙ୍କୁଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜିର ଦିନକୁ ଭଲ ଭାବରେ ପାଳନ କରିଥାନ୍ତି । କିନ୍ତୁ ଅନେକ ସମୟରେ ଆମ ଜାତୀୟ ପତାକା ତ୍ରିରଙ୍ଗାର ଅବମାନନା ହେଉଥିବାର ଦେଖା ଯାଇଥାଏ । କିଛି ସେଲିବ୍ରିଟି ଅନେକ ସମୟରେ ଅଜାଣତରେ ତ୍ରିରଙ୍ଗାକୁ ଭିନ୍ନ ଉପାୟରେ ବ୍ୟବହାର କରି ଏହାର ଅବମାନନା କରିଥିବାର ଦେଖା ଯାଇଛି ।

୧.୨୦୧୫ରେ ହୋଇଥିବା କ୍ରିକେଟ ଓ୍ଵାର୍ଲଡ଼୍‍ କପ୍‌ରେ ଭାରତ ମ୍ୟାଚ୍‌ ଜିତିବା ପରେ ମୁମ୍ବାଇସ୍ଥିତ ନିଜ ଘରେ ପାର୍ଟିି ରଖିଥିଲେ ବିଗ୍‌ ବି ଅଭିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ । ଏହି ପାର୍ଟିରେ ଦୁଇ ଜଣ ପିଠି ଏବଂ କାନ୍ଧରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖା ଯାଇଥିଲା । ଏଥି ପାଇଁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

୨.୨୦୧୨ରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ଼ ହୋଇଥିବା ଏକ ଭିଡ଼ିଓରେ ଶାହାରୁଖ୍‌ ଖାନ୍‌ ତ୍ରରଙ୍ଗାକୁ ଓଲଟା ଧରିଥିବାର ଦେଖା ଯାଇଥିଲା । ଏହା ପରେ ଶାହାରୁଖ୍‌ଙ୍କ ଉପରେ ପ୍ରିଭେନ୍‌ସନ୍‌ ଅଫ୍‌ ଇନ୍‌ସଲଟ୍‌ ଟୁ ନ୍ୟାସ୍‌ନାଲ ଅନର ଆକ୍ଟ ୧୯୭୧ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

୩.ଟେନିସ ଖେଳାଳି ସାନିଆ ମିର୍ଜା ତ୍ରିରଙ୍ଗା ସହ ନେଇଥିବା ଫଟୋ ତାଙ୍କୁ ବିବାଦକୁ ଟାଣି ଆଣିଥିଲା । ଏହି ଫଟୋରେ ସାନିଆ ତ୍ରିରଙ୍ଗାକୁ ନିଜ ଗୋଡ଼ ଦେଖାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିବାଦ ଉପୁଜିବା ପରେ ତ୍ରିରଙ୍ଗାର ସମ୍ମାନ ପାଇଁ ଟେନିସ ଖେଳିବା ଛାଡ଼ିଦେବେ ବୋଲି କହିଥିଲେ ସାନିଆ ।

All India Roundup

୪.ଭାରତ ରତ୍ନରେ ସମ୍ମାନିତ ହୋଇଥିବା ସଚ୍ଚିନ ତେନ୍ଦୁଲକର ମଧ୍ୟ ତ୍ରିରଙ୍ଗର ଅପମାନ କରି ସାରିଛନ୍ତି । ୨୦୧୦ରେ ସଚ୍ଚିନ୍‌ ନିଜ ଜନ୍ମଦିନରେ ତ୍ରିରଙ୍ଗାର କେକ୍‌ କାଟିଥିବାର ଦେଖାଯିବା ପରେ ବିବାଦ ଆରମ୍ଭ ହୋଇଥିଲା ।

୫. ମୁମ୍ବାଇର ଜଣେ ମଡ଼େଲ ଗହନା ବଶଷ୍ଠ ତ୍ରିରଙ୍ଗାକୁ ବିକିନି କରି ପିନ୍ଧିଥିବାରୁ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏ ନେଇ ତାଙ୍କୁ ପୁଲିସ ଗିରଫ କରିବା ସହ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା ।

bhaskar.com
ସମ୍ବନ୍ଧିତ ଖବର