ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିବା ଅମିତାଭ ବଚ୍ଚନଙ୍କ ଆଦର୍ଶ କିଏ ?

ମୁମ୍ବାଇ : ନିଜ ଅଭିନୟର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତା ପାଇଁ ଆଜି ସମସ୍ତଙ୍କ ଆଦର୍ଶ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ । ତାଙ୍କ ମୁହଁରୁ ବାହାରୁଥିବା ପଦୁଟିଏ କଥା ଲୋକମାନଙ୍କ ପାଇଁ ପ୍ରେରଣାର ସ୍ରୋତ ବନି ଯାଇଥାଏ । ତେବେ ଏତେ ଲୋକଙ୍କ ପାଇଁ ଆଦର୍ଶ ବନିଥିବା ବିଗ୍‌ ବିଙ୍କର ଆଦର୍ଶ କିଏ? ସେ ନେଇ ଖୁଲାସା କରିଛନ୍ତି ବିଗ୍‌ ବି ।

Image result for amitabh-bachchan-two-idols-in-his-life
Bollywood Life

ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ସୁପରଷ୍ଟାର ସିଙ୍ଗରରେ ପହଞ୍ଚି ସେ ଏ ନେଇ ଖୁଲାସା କରିଥିଲେ । ଏହି ସୋ’କୁ ତାଙ୍କ ସହ ଯାଇଥିଲେ ଆଶା ପାରେଖ୍‌ ଓ ଓ୍ଵାହିଦା ରେହ୍‌ମାନ । ଦୁହିଁଙ୍କ ଉପସ୍ଥିତିରେ ବିଗ୍‌ ବିଙ୍କୁ ତାଙ୍କ ଆଦର୍ଶ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତର ରଖି, ମୋ ଜୀବନରେ ଦୁଇ ଜଣଙ୍କୁ ମୁଁ ମୋର ଆଦର୍ଶ ବୋଲି ବିଚାର କରେ । ଜଣେ ହେଉଛନ୍ତି ଦିଲ୍ଲୀପ କୁମାରଜୀ ଆଉ ଜଣେ  ଓ୍ଵାହିଦା ରେହ୍‌ମାନଜୀ । ମୋ ପାଇଁ ଓ୍ଵାହିଦା ରେହମାନଜୀ ଏ ପର୍ଯ୍ୟନ୍ତ ସବୁଠାରୁ ସୁନ୍ଦର ମହିଳା ହୋଇ ରହିଛନ୍ତି । ସେ ଭାରତୀୟ ନାରୀର ଆଦର୍ଶ ଉଦାହରଣ ହୋଇଥିବା ବେଳେ ବଲିଉଡ୍‌ ପ୍ରତି ତାଙ୍କର ଯୋଗଦାନକୁ ଶବ୍ଦରେ କହି ହେବ ନାହିଁ ବୋଲି କହିଥିଲେ ବିଗ୍‌ ବି ।

ସମ୍ବନ୍ଧିତ ଖବର