ଅମିତାଭ ବଚ୍ଚନଙ୍କ ନାଁରେ ରହିଛି ଝରଣା! ବିଶ୍ୱାସ କରି ପାରିଲେନି ବିଗ୍‌ ବି

ମୁମ୍ବାଇ : ସିକ୍କିମ୍‌ରେ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାଁରେ ଏକ ଝରଣା ଥିବା ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ନିଜେ ବିଗ୍‌ ବି ଜାଣି ନଥିବା ଜଣା ପଡ଼ିଛି । ସିକ୍କିମ୍‌ରେ ଥିବା ଝରଣାର ଫଟୋକୁ ରି-ଟୁଇଟ୍‌ କରି ବିଗ୍‌ ବି ଏହି ଖବରକୁ ବିଶ୍ୱାସ କରି ପାରୁ ନଥିବା ଲେଖିଛନ୍ତି । ରାଜୀବ ମିତ୍ରା ନାମକ ଜଣେ ଟୁଇଟ୍‌ର ବ୍ୟବହାରକାରୀ ଅମିତାଭ ବଚ୍ଚନ ଝରଣା ଆଗରେ ଠିଆ ହୋଇ ଫଟୋ ଉଠାଇବା ସହ ଏହାକୁ ଟୁଇଟ୍‌ କରିଥିଲେ । ଯାହା ପରେ ଟୁଇଟ୍‌ଟି ଅମିତାଭ ବଚ୍ଚନଙ୍କ ନଜରକୁ ଆସିଥିଲା ।

ଏହାକୁ ରି-ଟୁଇଟ୍‌ କରିବା ସହ ସେ ଏହି ଖବରକୁ ବିଶ୍ୱାସ କରି ପାରୁ ନଥିବା ଲେଖିଥିଲେ ବିଗ୍ ବି । ଏହାର ଜବାବ ରଖି ରାଜୀବ ଲେଖିଥିଲେ, ଏହା ସଂପୂର୍ଣ୍ଣ ସତ ସାର୍‌ । ମୁଁ ଏବେ ବି ସିକ୍କିମ୍‌ରେ ଅଛି ଏବଂ ଏହାକୁ ପ୍ରମାଣ କରି ପାରିବି । ତେବେ ରାଜୀବଙ୍କ ଟୁଇଟ୍‌ ପରେ ଖବରଟି କିଛି ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା । ସୂଚନା ମୁତାବକ, ଝରଣାଟି ଖୁବ୍‌ ସୁନ୍ଦର ଥିବା ବେଳେ ଏହାର କୌଣସି ନାଁ ନ ଥିଲା । ଯାହା ପାଇଁ ସ୍ଥାନୀୟ ଲୋକେ ଏହାର ନାଁ ଅମିତାଭ ବଚ୍ଚନ ରଖିଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର