ଝିଅର ର‍୍ୟାମ୍ପ ଓ୍ଵାକ୍‌କୁ କ୍ୟାମେରାରେ କୈଦ କରିବା ପାଇଁ ଫଟୋଗ୍ରାଫରଙ୍କୁ ସିଟି ମାରି ପାଖେଇ ଯିବାକୁ କହିଲେ ଅମିତାଭ

ନୂଆଦିଲ୍ଲୀ: ନିକଟରେ ଶ୍ବେତା ବଚ୍ଚନ ନନ୍ଦା ନାମୀ ଡିଜାଇନର ଅବୁ ଜାନୀ ସନ୍ଦୀପ ଖୋସଲାଙ୍କ ପାଇଁ ର‍୍ୟାମ୍ପ ସୋ’ କରୁଥିଲେ। ଫ୍ୟାସନ୍‌ ଇଭେଣ୍ଟରେ ଝିଅକୁ ସମର୍ଥନ କରିବା ପାଇଁ ଅମିତାଭ ବଚ୍ଚନ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ସେଠାରେ ପହଞ୍ଚିଥିଲେ। ର‍୍ୟାମ୍ପ ଓ୍ଵାକ କରୁଥିବା ସମୟରେ ଶ୍ବେତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ ହେବାରେ ଲାଗିଛି। ଏହି ସମୟରେ ପିତା ଅମିତାଭ ବଚ୍ଚନଙ୍କ ଏକ ଭିଡିଓ ବି ସାମ୍ନାକୁ ଆସିଛି, ଯେଉଁଥିରେ ସେ ଝିଅର ର‍୍ୟାମ୍ପ ଓ୍ଵାକକୁ ରେକର୍ଡ କରୁଥିବାର ନଜର ଆସୁଛନ୍ତି।

 

ଭିଡିଓରେ ଅମିତାଭ ବଚ୍ଚନଙ୍କ ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ବିଗ ବି ଖୁବ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ସେ ସିଟି ମାରି ଫଟୋଗ୍ରାଫରଙ୍କ ତାଙ୍କ ସାମ୍ନାରୁ ପାଖେଇ ଯିବା ପାଇଁ କହୁଛନ୍ତି। କାରଣ ସେ ଝିଅର ର‍୍ୟାମ୍ପ ଓ୍ଵାକକୁ ନିଜ କ୍ୟାମେରାରେ ଯେପରି କୈଦ କରି ପାରିବେ। ଫ୍ୟାସନ ସୋ’ରେ ଶ୍ୱେତା ବଚ୍ଚନ ବହୁତ ସୁନ୍ଦର ଦିଶୁଥିଲେ। ସେ ଆଇଭରି ଓ ଗୋଲଡେନ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳୁଛି। ଏହି ଇଭେଣ୍ଟରେ ସୋନମ୍‌ କପୁର ବି ର‍୍ୟାମ୍ପ ଓ୍ଵାକ କରିଛନ୍ତି।

ସମ୍ବନ୍ଧିତ ଖବର