କାନ୍ଧରେ ଯନ୍ତ୍ରଣା ଥିଲେ ବି ବିରୁଷ୍କାଙ୍କ ପାର୍ଟିକୁ ଆସିବାକୁ ଭୁଲି ନ ଥିଲେ ବିଗ୍‌ ବି ଅମିତାଭ

0 927

ମୁମ୍ବାଇ : ବଲିଉଡ୍‌ର ସେହେନଶାହ ଅମିତାଭ ବଚ୍ଚନ ବର୍ତ୍ତମାନ ଅସୁସ୍ଥ। ତାଙ୍କ କାନ୍ଧରେ ଅନୁଭୂତ ହେଉଛି ଯନ୍ତ୍ରଣା। ୭୫ ବର୍ଷିୟ ଅମିତାଭ ସୁଟିଂ ସମୟରେ କିଛି ଓଜନିଆ ଜିନିଷ ଉଠାଇ ଦେବାରୁ ପୂର୍ବରୁ ଦୁର୍ବଳ ଥିବା କାନ୍ଧରେ ଚାପ ପଡ଼ିଥିଲା। ଯାହା ଫଳରେ ସେ ବହୁତ କଷ୍ଟ ଅନୁଭୂତ କରୁଛନ୍ତି ବୋଲି ତାଙ୍କର ବ୍ଲଗରେ ଉଲ୍ଲେଖ କରିଛନ୍ତି ।

‘ମୁଁ ବର୍ତ୍ତମାନ ଡ଼ାକ୍ତରଙ୍କ ଚିକିତ୍ସାରେ ଅଛି ଏବଂ ଯନ୍ତ୍ରଣା ହେଉଥିବା ସ୍ଥାନରେ ବରଫ ଘଷୁଛି । ବାମ କାନ୍ଧରେ ଥିବା ମୋର ପୁରୁଣା ଆଘାତ ବୟସ ବଢ଼ିଥିବାରୁ ସମୟ ସମୟରେ କଷ୍ଟ ଦେଇଥାଏ। କିନ୍ତୁ ବର୍ତ୍ତମାନ ଶୁଟିଂ ସମୟରେ କାନ୍ଧ ଉପରେ ଅଧିକ ଚାପ ପଡ଼ିବାରୁ ଏହାର ଯନ୍ତ୍ରଣା ବଢ଼ିଯାଇଛି । ଏହି ଯନ୍ତ୍ରଣା ଅସହ୍ୟ। ଡ଼ାକ୍ତରଙ୍କ ଦିଆଯାଇଥିବା ଔଷଧ ଏବଂ ଟର୍ନେଲ ପାଇଁ ବର୍ତ୍ତମାନ ଟିକେ ଆସ୍ୱସ୍ତ ଅନୁଭବ କରୁଛି। ’ଉପରୋକ୍ତ ବକ୍ତବ୍ୟ ବ୍ଲଗରେ ଲେଖିଛନ୍ତି ଅମିତାଭ।

ଅଭିନେତା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଠଗସ୍‌ ଅଫ ହିନ୍ଦୁସ୍ତାନ’ ଏବଂ ‘୧୦୨ ନଟ ଆଉଟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏତେ ଯନ୍ତ୍ରଣା ପରେ ମଧ୍ୟ ଗତ ମଙ୍ଗଳବାର ହୋଇଥିବା ବିରୁଷ୍କାଙ୍କର ମୁମ୍ବାଇ ପାର୍ଟିରେ ଅମିତାଭ ତାଙ୍କ ଝିଅ ଶ୍ୱେତା , ବୋହୂ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଥିଲେ। ତେବେ ପାର୍ଟିରେ ତାଙ୍କୁ ଆଘାତ ବିଷୟରେ ପଚାରା ହେବାରୁ ସେ କହିଥିଲେ ‘ଏହା ଯେତେ ଗୁରୁତର ବୋଲି ଆଲୋଚନା ହେଉଛି ମୋର ଅବସ୍ଥା ପ୍ରକୃତରେ ସେତେ ଗୁରୁତର ହୋଇନାହିଁ, କିଛି ଡ଼ରିବାର ନାହିଁ ।’

ସମ୍ବନ୍ଧିତ ଖବର

Leave A Reply

Your email address will not be published.