ଗାଈର ନାମ ସୋଲୋନୀ, ବାଛୁରୀ ନାମ ଆପଣ ଦିଅନ୍ତୁ

କେବିସିରେ ଅମିତାଭଙ୍କୁ ଏଭଳି ଅନୁରୋଧ କଲେ ପ୍ରତିଯୋଗୀ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କେବିସି ମଂଚରେ ଜଣେ ପ୍ରତିଯୋଗୀ ଏଭଳି କିଛି ପ୍ରଶ୍ନ କରିଛନ୍ତି ଯେ ଯାହାକୁ ନେଇ ଅମିତାଭ ଦ୍ଵନ୍ଦରେ ପଡିଯାଇଥିଲେ | ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ପ୍ରଶଂସା ସାଉଣ୍ଟୁଛି | ଅନେକ ଲୋକ ଭିଡିଓଟିକୁ ଦେଖି ନିଜ ହସକୁ ରୋକି ପାରୁନାହାନ୍ତି | ସୋମବାର ଦିନ ପ୍ରସାରିତ ହୋଇଥିବା ‘କୋନ ବନେଗା କରୋଡ଼ପତି’ରେ ହରିୟାଣାର ପ୍ରତୀକ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ |


ଉଭୟ ଅମିତାଭ ଓ ପ୍ରତୀକଙ୍କ ମଧ୍ୟରେ ବହୁ ସମୟ ଧରି ମସ୍ତି ଜାରି ରହିଥିଲା | ତେବେ ପ୍ରତୀକ ଅମିତାଭଙ୍କୁ କହିଥିଲେ ଯେ ଗାଁରେ ଗାଈଟିଏ ବାଛୁରୀଟିଏ ଜନ୍ମ କରିଛି | ଗାଈର ନାମ ସୋଲୋନୀ ହୋଇଥିବାବେଳେ ବାଛୁରୀର ନାମ କଣ ରଖିବି |

ବାଛୁରୀର ନାମ ଅମିତାଭ ଦିଅନ୍ତୁ ବୋଲି ପ୍ରତୀକ ଅନୁରୋଧ କରିଥିଲେ | ଯାହାକୁ ନେଇ ଅମିତାଭ ପ୍ରଥମେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ | ଏହାପରେ ଅମିତାଭ ସୋଲୋନୀର ପ୍ରଥମ ଓ ଶେଷ ଅକ୍ଷରକୁ ନେଇ ବାଛୁରୀର ନାମ ସୋନି ରଖିଥିଲେ | ଏହା ଶୁଣି ଉପସ୍ଥିତ ଦର୍ଶକ ହସି ହସି ଗଡିଯାଇଥିଲେ |

ସମ୍ବନ୍ଧିତ ଖବର