ଏହି ସିନ୍‌ କରିବାଲାଗି ଖୁବ୍‌ ଡରି ଯାଇଥିଲେ ବିଗ୍‌ ବି ଅମିତାଭ ବଚ୍ଚନ !

ମୁମ୍ବାଇ: ପରଦାଉପରେ ଦମଦାର୍‌ ଆକସନ୍‌ ଦେଖାନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ହେଲେ ବେଳେବେଳେ ସେ ଏଥିପାଇଁ ଖୁବ୍‌ ଭୟ କରନ୍ତି ଯାହା ସେ ନିଜେ ବି ସ୍ୱୀକାର କରିଛନ୍ତି । ଏମିତି ଏକ ଘଟଣା ଘଟିଥିଲା୧୯୭୮ ମସିହାର ଏକ ସୁପରହିଟ୍‌ ହିନ୍ଦୀ ସିନେମା ‘ଗଙ୍ଗା କି ସୌଗନ୍ଧ୍‌’ର ସେଟରେ। ଏକଥାର ଖୁଲାସା ଅମିତାଭ କେ ବିସିର ମଞ୍ଚରେ ସେଆର୍‌ କରିଥିଲେ।

 

ବିଗ୍‌ ବି ଅମିତାଭ ବଚ୍ଚନ ‘ଗଙ୍ଗା କି ସୌଗନ୍ଧ’ରେ ଜୀବା ନାମକ ଗାଉଁଲି ଯୁବକ ଭୂମିକାରେ ଅଭିନୟ କରିଥିଲେ । ବାପା ହତ୍ୟାର ପ୍ରତିଶୋଧ ନେବା ପାଇଁଜୀବା ଡକାୟତ ସାଜେ ଓ ନିଜର ଲକ୍ଷ୍ୟ ପୂରଣରେ ସଫଳ ହୁଏ। ଏହି ସିନେମାର ଅଧିକାଂଶ ସୁଟିଂ ଗଙ୍ଗା ନଦୀ ପାଖରେ କରାଯାଇଥିିଲା। ଅମିତାଭ ସେଦିନର କଥାକୁ ମନେ ପକାଇ କହିଥିଲେ ନିର୍ଦ୍ଦେଶକ ସୁଲତାନ ଅହମ୍ମଦ ଲକ୍ଷ୍ମଣ ଝୁଲା ପାଖରେ ସୁଟିଂ କରିବାକୁ ପହଞ୍ଚିଥିଲେ। ସେହି ଝୁଲାରେ ଲୋକଟିଏ ଖାଲି ପାଦରେ ଚାଲି କରି ଆସିଲେ ବି ଡର ମାଡ଼େ। ସେଭଳି ପରିସ୍ଥିତିରେ ନିର୍ଦ୍ଦେଶକ ଅମିତାଭ ବଚ୍ଚନଙ୍କୁ ସେହି ଲକ୍ଷ୍ମଣ ଝୁଲାରେ ଘୋଡ଼ା ଚଳାଇ ଆସିବାକୁ କହିଲେ।


ଏକଥା ଶୁଣିବା ମାତ୍ରେ ଅମିତାଭ ବଚ୍ଚନଙ୍କ ଅବସ୍ଥା ଖରାପ ହୋଇଗଲା।ସେ ନିର୍ଦ୍ଦେଶକଙ୍କୁ ହାତ ଯୋଡ଼ି କହିଥିଲେ,‘ସାର୍‌ ମତେଏହି ସିନ୍‌ କରିବାକୁ ଖୁବ୍‌ ଡର ଲାଗୁଛି। ଏଣୁ ମତେ ଛାଡ଼ି ଦିଅନ୍ତୁ।’ ହେଲେ ନିର୍ଦ୍ଦେଶକ କହିଥିଲେ,‘ତୁମେ ହିରୋ,ନିଶ୍ଚେ ପାରିବ।’ ବିଗ୍‌ ବି କହିଥିଲେ ଯେ ସେ ଆଗରୁ ଶୁଣିଥିଲି ଏହି ସିନ୍‌ କରିବା ପାଇଁ ସେନାର ସୈନିକମାନେ ବି ମନା କରିଥିଲେ। ତାଙ୍କ କଥା ନ ରହିବାରୁ ବାଧ୍ୟ ହୋଇ ତଳେ ଗଙ୍ଗାମାତାଙ୍କୁ ଦେଖି ଲକ୍ଷ୍ମଣ ଝୁଲା ଉପରେ ଘୋଡ଼ା ସଟ୍‌ ଦେଇଥିଲେ ବୋଲି ବିଗ୍‌ ବି କହିଥିଲେ ।

ସମ୍ବନ୍ଧିତ ଖବର