‘ଯାଓ ପେହେଲେ ଉସ୍‌ ଆଦ୍‌ମୀ କେ ସାଇନ୍‌ ଲେକର୍‌ ଆଓ’ ଶଶୁରଙ୍କ ଏହି ସଂଳାପକୁ କାହିଁକି ଦୋହରାଇଲେ ବୋହୂରାଣୀ

ମୁମ୍ବାଇ: ଚଳଚ୍ଚିତ୍ର ‘ଦିଓ୍ଵାର୍‌’ର ପ୍ରସିଦ୍ଧ ସଂଳାପ ‘ଯାଓ ପେହେଲେ ଉସ୍‌ ଆଦ୍‌ମୀ କେ ସାଇନ୍‌ ଲେକର୍‌ ଆଓ’ ତ ଆପଣଙ୍କର ମନେ ଥିବ ନିଶ୍ଚୟ। ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଶଶୀ କପୁରଙ୍କୁ ଏହି ସଂଳାପ କହିଥିଲେ। ଏବେ ସେହି ସଂଳାପକୁ ଦୋହରାଇଛନ୍ତିି ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

ଐଶ୍ୱର୍ଯ୍ୟାଙ୍କୁ ଅଶୀ ଦଶକର ଦୁଇ ସୁପର୍‌ହିଟ୍‌ ଚଳଚ୍ଚିତ୍ରରେ କାମ କରିବାର ଅଫର୍‌ ମିଳିଛି। ମାତ୍ର ଐଶ୍ୱଯ୍ୟା ଏଯାବତ୍‌ ସହମତି ପ୍ରକାଶ କରିନାହାନ୍ତି। ଖବର ଅଛି କି ଐସ୍‌ ଅଫର୍‌ ମିଳିଥିବା ଦୁଇଟିଯାକ ଚଳଚ୍ଚିତ୍ର କାମ କରିବାକୁ ଚାହାନ୍ତି ମାତ୍ର ଚଳଚ୍ଚିତ୍ରର ରାଇଟ୍‌ସ ମିଳିବା ପରେ।

ଏକ ପ୍ରସଂଗରେ ଐସ୍‌ ନିଜର ମତ ରଖି ଚଳଚ୍ଚିତ୍ର ‘ରାତ୍‌ ଔର୍‌ ଦିନ୍‌’ ଓ ‘ଓ କୌନ୍‌ ଥି’ର ରିମିକ୍‌ କରିବା ଏକ ଭଲ ପରିକଳ୍ପନା ବୋଲି କହିଛନ୍ତି। ମାତ୍ର ଚଳଚ୍ଚିତ୍ର ନିର୍ମାତାଙ୍କୁ ସେ ମଜାକି ଢଙ୍ଗରେ ଶଶୁର ଅମିତାଭଙ୍କ ସଂଳାପ ଦୋହରାଇ କହିଛନ୍ତି, ‘ଯାଓ ପେହେଲେ୍‌ ଉସ୍‌ ଫିଲ୍ମ କି ଅଧିକାର ଲେକର ଆଓ’।

ସମ୍ବନ୍ଧିତ ଖବର