ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକରେ ଓଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକରେ ଅଧିକାଂଶ କଳାକାର ଶୋକାଭିଭୂତ ହୋଇଛନ୍ତି। ସେମାନଙ୍କ ଭିତରୁ କେତେକଙ୍କ ପ୍ରତିକ୍ରିୟା ଏପରି….


ବିଜୟ ମହାନ୍ତି (ଅଭିନେତା-ନିର୍ଦ୍ଦେଶକ): ଅମୀୟ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ସେ ଦିଗ୍‌ଦର୍ଶନ ଦେଇଥିଲେ। ଓଡ଼ିଶା ସିନେ କଳାକାର ସଂଘର ପ୍ରତିଷ୍ଠା ଦିଗରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ସେ ଜଣେ ପରୋପକାରୀ ଥିଲେ।
ମିହିର ଦାସ:(ଅଭିନେତା):ଅମୀୟ ପଟ୍ଟନାୟକଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ଭଳି ପ୍ରଯୋଜକ ଓଡ଼ିଶାରେ ବିରଳ।
ପ୍ରଣବ ଦାସ (ନିର୍ଦ୍ଦେଶକ) : ଅମୀୟ ପଟ୍ଟନାୟକଙ୍କ ଆକସ୍ମିକ ବିୟୋଗ ମୋ’ ପାଇଁ ଏକ ଶକ୍ତ ଧକ୍କା। ମୁଁ ତ ବିଶ୍ୱାସ କରିପାରୁନି,ଅମୀୟ ଆଉ ନାହାନ୍ତି।
ଅଶ୍ରୁମୋଚନ(ଅଭିନେତା):ଗାଆଁ ଲୋକ ହିସାବରେ ମୁଁ ତାଙ୍କୁ ବୁଲୁ ଭାଇ ବୋଲି ଡାକେ। ବୁଲୁ ଭାଇଙ୍କ ଭଳି ପ୍ରଯୋଜକ ଆଉ ମିଳିବେନି।


ରାଇମୋହନ (ଅଭିନେତା): ଅମୀୟ ପଟ୍ଟନାୟକ ଅନେକ ନୂଆ କଳାକାରଙ୍କୁ ସୃଷ୍ଟି କରିଛନ୍ତି। ସେ ଜଣେ ଦିଲ୍‌ ଖୋଲା ମଣିଷ ଥିଲେ। ତାଙ୍କର ଆକସ୍ମିକ ବିୟୋଗ କେବଳ ନାଟକ ଏବଂ ସିନେମା ନୁହେଁ , ବରଂ ଏହା ସଂପୂର୍ଣ୍ଣ ମନୋରଞ୍ଜନ ଜଗତପାଇଁ ଏକ ବଡ଼ କ୍ଷତି।

ସମ୍ବନ୍ଧିତ ଖବର