ଭୁବନେଶ୍ୱର: କେତେକ ଓଲିଉଡ୍ ନାୟକଙ୍କ ହାତରେ କୌଣସି ନୂଆ ସିନେମା ନ ଥିବା ଜଣାଯାଇଛି । ଏହି ଟପ୍ ହିରୋଙ୍କ ଭିତରେ ବେଶି ଚର୍ଚ୍ଚାରେ ରହିଛନ୍ତି ଅରିନ୍ଦମ୍, , ବୁଦ୍ଧାଦିତ୍ୟ ଓ ଅମ୍ଳାନ । ଏମାନଙ୍କ ଭିତରୁ ଅରିନ୍ଦମ୍ ରାଜନୀତିରେ ବେଶ୍ ସକ୍ରିୟ ଅଛନ୍ତି । ଅନ୍ୟପକ୍ଷରେ ବୁଦ୍ଧାଦିତ୍ୟ ମହାନ୍ତି ମୁମ୍ବାଇରେ ରହି ନିଜର କ୍ୟାରିଅର୍କୁ ଆଗକୁ ନେଇଛନ୍ତି । ଏଣୁ ତାଙ୍କ କଥା ବି ଭିନ୍ନ । ତା’ଛଡା ସେ କମ୍ ସଂଖ୍ୟକ ଓଡ଼ିଆ ଛବିରେ ବି କାମ କରିବାର ନଜିର ରହିଛି । ହେଲେ ଅମ୍ଳାନ ତ ଜଣେ ବ୍ୟସ୍ତ ନାୟକ ଥିଲେ । ସେ ୨୦୧୩ରେ ‘ ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ ରୁ ୩ ଟି ଲେଖାଏଁ ସିନେମା ରିଲିଜ୍ ହୋଇଛି । ଗତବର୍ଷ ଅମ୍ଳାନଙ୍କୁ ‘ସପନର ପଥେ ପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।
ଇତିମଧ୍ୟରେ ୨୦୧୮ର ପ୍ରଥମ ଛଅ ମାସ ବିତି ଗଲାଣି, କିନ୍ତୁ ଅମ୍ଳାନଙ୍କୁ ଏଯାବତ୍ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ । ଏ ଦୃଷ୍ଟିରୁ ସିନେପ୍ରେମୀ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।
/sambad/media/post_attachments/wp-content/uploads/2018/07/amlan-patrali-300x199.jpg)
ଅମ୍ଳାନ ଜଣେ ଭଲ ଅଭିନେତା ଓ ସେ ବେଶ୍ କେତୋଟି ହିଟ୍ ସିନେମା ମଧ୍ୟ ଦେଇଛନ୍ତି । ଖାସ୍ କରି ଅମ୍ଳାନଙ୍କ ଅଭିନୀତ ଗୋଲାପି ଗୋଲାପି, କଲେଜ୍ ଟାଇମ୍ ଓ ନୂଆ ନୂଆ ପ୍ରେମରେ ଆଦି ଭଲ ଚାଲିଥିଲା ।