ଫେରିଲେ ଓଲିଉଡର ଲୋକପ୍ରିୟ ନାୟକ ଅମ୍ଳାନ

ଓଲିଉଡର ଲୋକପ୍ରିୟ ନାୟକ ଏବେ ଅମ୍ଳାନ ଓଲିଉଡକୁ ଫେରିଛନ୍ତି। ସେ ସଂପ୍ରତି ଏକ ନାମ କରଣ ହୋଇ ନଥିବା ଓଡ଼ିଆ ସିନେମାରେ କାମ କରୁଛନ୍ତି। ଏହି ଫିଲ୍ମରେ ଅମ୍ଳାନଙ୍କ ନାୟିକା ହେଲେ ଅନୁଭା। ଅନୁଭାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ସମୟ ବଡ଼ ବଳବାନ୍‌,ରିଭେଂଜ୍‌,ବଜରଙ୍ଗୀ ଓ ସାଥୀ ତୁ ଫେରିଆ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

ଅମ୍ଳାନ ଓ ଅନୁଭା ଦ୍ୱିତୀୟ ଥର ପାଇଁ ପୁଣି ଏକାଠି ହୋଇଛନ୍ତି। ସେ ଦୁହେଁ ଏହା ପୂର୍ବରୁ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ରେ ଏକାଠି କାମ କରିଥିଲେ। ଯେଉଁ ନୂଆ ଓଡ଼ିଆ ସିନେମାରେ ଅମ୍ଳାନ-ଅନୁଭା ଯୋଡିକୁ ଦର୍ଶକ ଭେଟିବେ,ତାହାର ନିର୍ଦ୍ଦେଶନା ଦେଉଛନ୍ତି ଚିତ୍ତରଂଜନ ତ୍ରିପାଠୀ। ଚିତ୍ତରଂଜନ ତ୍ରିପାଠୀଙ୍କର ଏହା ପ୍ରଥମ ସିନେମା ନୁହେଁ। ଆଗରୁ ସେ ’ଧଉଳି ଏକ୍ସପ୍ରେସ୍‌’ଓ‘ମୁଖ୍ୟମନ୍ତ୍ରୀ’ଶୀର୍ଷକରେ ଦୁଇଟି ଓଡ଼ିଆ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ।‘ବଜରଙ୍ଗୀ’ରେ ଅମ୍ଳାନ-ଅନୁଭାଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏଥର ଏହି ଯୋଡ଼ି କି କମାଲ୍‌ ଦେଖାଉଛନ୍ତି,ତାହା ଫିଲ୍ମଟି ରିଲିଜ୍‌ ହେବାପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର