୧୪ବର୍ଷ ପରେ ଅତୀତ କଥା ଭାବି ଭରି ଆସିଲା ଅମ୍ରିତା ସିଂହ ଆଖି, ଜଣାଇଲେ ଏକାକୀ ଦୁଇ ପିଲାଙ୍କୁ ସମ୍ଭାଳିବାର କଷ୍ଟ

0

ମୁମ୍ବାଇ: ସ୍ୱାମୀ ସୈଫ୍‌ଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କୁ ଏକାକୀ ବଡ଼ କରିଥିଲେ ଅଭିନେତ୍ରୀ ଅମ୍ରିତା ସିଂହ । ସୈଫ୍‌ ଖୁବ୍‌ କମ ବୟସରୁ ଅମ୍ରିତାଙ୍କୁ ବିବାହ କରିଥିବା ବେଳେ ସାରା ଏବଂ ଇବ୍ରାହିମ୍‌ଙ୍କ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସୈଫ୍‌ଙ୍କଠାରୁ ଅଲଗା ହେବା ପରେ ନିଜେ ଅନେକ ସଂଘର୍ଷ କରି ଦୁହିଁଙ୍କୁ ପାଳିବା ଆରମ୍ଭ କରିଥିଲେ ଅମ୍ରିତା । ପୂର୍ବରୁ ନିଜର ଏହି ସଂଘର୍ଷ ବିଷୟରେ ସେ ବିଶେଷ କିଛି କହି ନଥିବା ବେଳେ କିଛି ଦି ତଳେ ଏକ ସାକ୍ଷାତକାରରେ ସେ ନିଜର ଅତୀତ ବିଷୟରେ ଜଣାଇଥିଲେ ।

BollywoodShaadis.com

ବାପାଙ୍କ ବିନା ଆପଣ ସାରା-ଇବ୍ରାହିମ୍‌ଙ୍କ ଦେଖାଶୁଣା କିପରି କରିନେଲେ ବୋଲି ପ୍ରଶ୍ନ କରାଯିବା ପରେ କିଛି ସମୟ ଚୁପ୍‌ ରହି; ଯେତେବେଳେ ଦାୟିତ୍ୱ ମୁଣ୍ଡ ଉପରକୁ ଆସିଥାଏ, ସେତେବେଳେ ସବୁ ଆପେ ଆପେ ହୋଇ ଯାଇଥାଏ ବୋଲି କହିଥିଲେ ଅମ୍ରିତା । ଏହା ପରେ ତାଙ୍କୁ ଦ୍ୱିତୀୟ ବିବାହ କାହିଁକି କଲେ ନାହିଁ ବୋଲି ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର କୌଣସି ଉତ୍ତର ଦେଇ ନଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.