ସାରାଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘କେଦାରନାଥ’ର ଟିଜର୍‌ ରିଲିଜ୍‌ ପରେ ମାଆ ଅମ୍ରିତା କହିଲେ ଏମିତି କଥା

0 1,686

ମୁମ୍ବାଇ: ବଲିଉଡ୍‌ର ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନଙ୍କ କନ୍ୟା ସାରା ଅଲ୍ଳୀ ଖାନଙ୍କ ସଂପର୍କରେ ତାଙ୍କ ମାଆ ଅମୃତା ସିଂହ ଏକ ମଜାଦାରିଆ କଥା ପ୍ରଘଟ କରିଛନ୍ତି। ସାରା ଆଇନା ସାମ୍ନାକୁ ଚାଲି ଗଲେ ସୁନ୍ଦର କାର୍ଯ୍ୟ ସବୁ କରନ୍ତି ବୋଲି ଅମ୍ରିତା କହିଛନ୍ତି। ଆମେ ଜାଣିଥିଲୁ ସେ ନିଶ୍ଚିତ ଭାବେ ଜଣେ ଅଭିନେତ୍ରୀ ହେବ ବୋଲି କହିବା ସହ ସାରା ଜନ୍ମରୁ ଜଣେ ଅଭିନେତ୍ରୀ ବୋଲି ଅମ୍ରିତା ପ୍ରକାଶ କରିଛନ୍ତି। ଅମ୍ରିତା ଆହୁରି ବି କହିଛନ୍ତି କି ‘ମୁଁ ଆଶା କରୁଛି ସାରା ତା’ ଜୀବନରେ ଗୁଡ଼ାଏ ସଫଳତା ସାଉଁଟୁ। ସବୁ ଭଲ ହିଁ କରୁ। ନିଜ କର୍ମ ପ୍ରତି ଉତ୍ସର୍ଗ ମନୋଭାବ ସହ ପରିଶ୍ରମୀ ହେଉ।’

ଉଲ୍ଲେଖଯୋଗ୍ୟ, ସରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘କେଦାରନାଥ’ର ଟିଜର୍‌ ନିକଟରେ ରିଲିଜ୍‌ ହୋଇଯାଇଛି। ସାରାଙ୍କ ଲୁକ୍‌କୁ ଦର୍ଶକମାନେ ଗ୍ରହଣ କରିଛନ୍ତି। ଏପରିକି ଅନେକ ଦର୍ଶକ ସାରାଙ୍କୁ ତାଙ୍କ ମାଆ ଅମୃତାଙ୍କ କାର୍ବନ କପି ବୋଲି ମଧ୍ୟ କହିଛନ୍ତି। ସାରାଙ୍କୁ ଏପରି କମ୍ପ୍ଲିମେଣ୍ଟ୍‌ ମିଳୁଥିବାରୁ ଅମ୍ରିତା ଖୁବ୍‌ ଖୁସି ବୋଲି ନିକଟରେ ଏକ ସାକ୍ଷାତ୍‌କାର୍‌େୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.