ଭିନ୍ନ ସହରରେ ଥିଲେ ବି ପରସ୍ପରକୁ ନ ଦେଖି ଖାଆନ୍ତି ନାହିଁ ଆନନ୍ଦ-ସୋନମ!

ବିରାଟ-ଅନୁଷ୍କାଙ୍କ ପରି ଏବର୍ଷ ଆଉ ଏକ ହିଟ୍‌ ଯୋଡ଼ି ହେଉଛନ୍ତି ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା। ଚଳିତବର୍ଷ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସୋସିଆଲ୍‌ ମିଡିଆରେ ଅନେକ କୌତୂକିଆ ଫଟୋ ସବୁ ଦେଖିବାକୁ ମିଳିଛି। କେବେ ସୋନମ୍‌ଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ତ କେବେ ଆନନ୍ଦଙ୍କ ଆକାଉଣ୍ଟରୁ।

କେଉଁ ଫଟୋରେ ସୋନମଙ୍କ ବିବାହ ପରର ପ୍ରଥମ ଫଟୋ ବୋଲି ଲେଖାଯାଇ ଭାଇରାଲ୍‌ ହେଉଛି ତ କେଉଁ ଭିଡିଓରେ ସୋନମ ଗୀତ ଗାଉଥିବାକୁ ସୁଟିଂ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରୁଛନ୍ତି ସ୍ୱାମୀ ଆନନ୍ଦ। ଯାହାବି ହେଉ, ସେ ଦୁହେଁ ଯେ ଏକ କୌତୂକିଆ ଦମ୍ପତି ଏକଥା ସଭିଙ୍କୁ ଜଣା।

ନିକଟରେ ଆନନ୍ଦ ତାଙ୍କ ପ୍ରେମ ସଂପର୍କକୁ ନେଇ ଆଉ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି କି ପ୍ରେମ ଆରମ୍ଭ ପରଠାରୁ ଏଯାବତ୍‌ ସୋନମ ଓ ସେ କେବେ ଭିନ୍ନ ସମୟରେ ଭୋଜନ ଗ୍ରହଣ କରିନଥାନ୍ତି। ଏପରିକି ଭିନ୍ନ ସହରରେ ଥିଲେ ବି ସେ ଦୁହେଁ ସ୍କାଇପ୍‌ ଜରିଆରେ ଭିଡିଓ କଲିଂ କରି ପରସ୍ପରକୁ ଦେଖି କରି ହିଁ ଭୋଜନ କରିଥାନ୍ତି।

ଆନନ୍ଦ ଆହୁରି କି କହିଛନ୍ତି କି ତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି କି ସେ ଦୁହେଁ ପରସ୍ପରଙ୍କୁ ୧୫ ଦିନରୁ ଅଧିକା ନ ଦେଖା କରି ରହିବେ ନାହିଁ। ଉଲ୍ଲେଖଯୋଗ୍ୟ, ନିକଟରେ ସୋନମ-ଆନନ୍ଦ ଲଣ୍ଡନରୁ ଏକତ୍ର ସମୟ ଅତିବାହିତ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର