ପୁଣି ଆସୁଛନ୍ତି ଅନନ୍ୟା!

0 383

ଗତବର୍ଷ ଏକ ଆଇଟମ୍‌ ନମ୍ବରରେ ଧମାଲ୍‌ କରିଥିଲେ ଏହି ନାୟିକା। ସେ ହିରୋଇନ୍‌ ଭାବେ ଓଡ଼ିଆ ଫିଲ୍ମରେ ଯେତିକି ଚର୍ଚ୍ଚାକୁ ଆସି ନଥିଲେ,ତା’ଠାରୁ ଅଧିକ ଲୋକପ୍ରିୟତା ଆଣିଦେଇଛି ଏହି ନାୟିକାଙ୍କୁ ସେହି ଆଇଟମ୍‌ ଗୀତ।
ଏଠାରେ ଯେଉଁ ଆଇଟମ୍‌ ନମ୍ବର କଥା କୁହାଯାଉଛି,ତାହା ହେଲା ଅମ୍ଳାନ-ଅନୁଭା ଷ୍ଟାରର୍‌ ମୁଭି‘ବଜରଙ୍ଗୀ’ର ଏ ଫର୍‌ ଆପୁଲ୍‌ ଆପୁଲ୍‌ ବି ଫର୍‌ ବାନାନା….। ଆଉ ଏହି ଗୀତରେ ଆଇଟମ୍‌ ଗର୍ଲ ରୂପେ ପରଦାକୁ ଆସିଥିଲେ ଅନନ୍ୟା।
ଅନନ୍ୟାଙ୍କର ଏହା ପ୍ରଥମ ଆଇଟମ୍‌ ନମ୍ବର ହୋଇଥିବା ବେଳେ ଏହା ପୂର୍ବରୁ ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଗଡ଼୍‍ଫାଦର୍‌’ରେ ନାୟିକା ଭାବେ ନଜର ଆସି ସାରିଛନ୍ତି । ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନଜର ଆସିଥିଲେ ନବାଗତ ସତ୍‌ଶ୍ରୀ।

facebook

ଏବେ ଅନନ୍ୟାଙ୍କ ନାୟିକା ଭାବେ ଦ୍ୱିତୀୟ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ସିନେମାର ଟାଇଟଲ୍‌ ହେଲା ‘ପ୍ରେମ ବନ୍ଧନ’। ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଚକ୍‌ଲେଟ୍‌ ହିରୋ ଅଭିଷେକ। କୁମାର ସରୋଜ ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ଦବେନ୍ଦ୍ର ନାଥ ସାହୁ ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ଏହା ପୂର୍ବରୁ କୁମାର ସରୋଜ ‘ରକଷ୍ଟାର୍‌’ଓ ‘ଟିକେ ଖରା ଟିକେ ଛାଇ’ ଭଳି ସିନେମା ନିର୍ମାଣ କରିଥିବା ଜଣା ପଡ଼ିଛି । ଅନନ୍ୟା ନାୟିକା ଭାବେ ଏଯାବତ୍‌ ସଫଳତା ହାସଲ କରିନାହାଁନ୍ତି। ଦେଖାଯାଉ ‘ପ୍ରେମ ବନ୍ଧନ’ତାଙ୍କୁ ସଫଳତା ଆଣି ଦେଉଛି କି ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.