କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଙ୍କ ଅପ୍ ଖବରକୁ ନେଇ ଅନନ୍ୟାଙ୍କ ପ୍ରତିକ୍ରିୟା; ମୋର କୌଣସି ଅସୁବିଧା ନାହିଁ, ମୁଁ ଖୁସି ଅଛି

ମୁମ୍ବାଇ : ଫିଲ୍ମ ‘ପତି ପତ୍ନୀ ଔର ଓ୍ଵ’ର ଶୀର୍ଷକ ଏବଂ ଷ୍ଟାରକାଷ୍ଟ ଘୋଷଣା ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲିଙ୍କ ଅପ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ହେଉଥିବା ଚର୍ଚ୍ଚା ଉପରେ ଅନନ୍ୟାଙ୍କ ପ୍ରତିକ୍ରିୟା ପଚରାଯିବା ପରେ ସେ ଚର୍ଚ୍ଚାକୁ ନେଇ ଖୁସି ବୋଲି କହିଛନ୍ତି ।

indiatoday.in

ତାଙ୍କ କହିବା ଅନୁଯାୟୀ, ଏହା ଅତି ସୁନ୍ଦର ଏବଂ ମୋତେ ଏହି ଖବର ଶୁଣି ମଜା ଲାଗୁଛି । ମୁଁ ଏ ସବୁ ଚର୍ଚ୍ଚା ଶୁଣି ବହୁତ ଖୁସି ବୋଲି କହିଛନ୍ତି ଅନନ୍ୟା । କାର୍ତ୍ତିକ ଅଭିନେତା ହିସାବରେ କେମିତି ବୋଲି ପ୍ରଶ୍ନ କରାଯିବା ପରେ, କାର୍ତ୍ତିକ ଜଣେ ଭଲ ଅଭିନେତା । ସେ ସବୁ ବେଳେ ଗୋଟିଏ ଦୃଶ୍ୟକୁ ଭଲ କରିବାରେ ଲାଗି ପଡ଼ିଥାନ୍ତି । ଏହା ସହ ମୋ ହିସାବରେ ସେ ହିନ୍ଦୀ ଭାଷା କହିବାରେ ବେଶି ସହଜ ଅନୁଭବ କରିଥାନ୍ତି ବୋଲି କହିଛନ୍ତି ଅନନ୍ୟା ।

ସମ୍ବନ୍ଧିତ ଖବର