ଅନୀଲ୍‌ ଐଶ୍ୱର୍ଯ୍ୟାଙ୍କ ଭିତରେ ଟକ୍କର୍‌

ମୁମ୍ବାଇ : ବଲିଉଡରେ ଏବେ କେତୋଟି ଫିଲ୍ମକୁ ନେଇ ଚର୍ଚ୍ଚା ଜାରିି ରହିଛି। ଏଥି ମଧ୍ୟରୁ ଗୋଟିଏ ହେଲା ‘ଫନ୍ନେ ଖାନ୍‌’। ଏହି ଫିଲ୍ମର ଫାର୍ଷ୍ଟଲୁକ୍‌ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ଫାର୍ଷ୍ଟଲୁକ୍‌ ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ଭିତରେ ଏହାକୁ ପ୍ରାୟ ୫୦ ଲକ୍ଷ ଦର୍ଶକ ଦେଖିଥିବା ମଧ୍ୟ କୁହାଯାଉଛି।
‘ଫନ୍ନେ ଖାନ୍‌’ର କାହାଣୀ ଜଣେ ରିକ୍‌ସାବାଲା ଓ ତା’ର ଝିଅ ମଧ୍ୟରେ ଥିବା ସଂପର୍କ ଉପରେ ଆଧାରିତ। ଏଥିରେ ଟାଇଟଲ୍‌ ରୋଲ୍‌ ନିଭାଇଛନ୍ତି ବଲିଉଡର ବରିଷ୍ଠ ଅଭିନେତା ଅନୀଲ କପୁର। ଏହି ସିନେମାରେ ଅନୀଲ କାପୁରଙ୍କୁ ଜଣେ ରିକ୍ସାଚାଳକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ଅନୀଲ ଜଣେ ସଙ୍ଗୀତପ୍ରେମୀ ମଧ୍ୟ। ସେ ଚାହାନ୍ତି ତାଙ୍କ ଝିଅ ଜଣେ ରକ୍‌ଷ୍ଟାର୍‌ ହେଉ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଫିଲ୍ମରେ ଜଣେ ଗାୟିକା ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦେଖିବାକୁ ମିଳିବ ରାଜ କୁମାର ରାଓଙ୍କୁ। ବାପାଙ୍କ ଇଛାକୁ ପୂରଣ କରିବାକୁ ଚାହାଁନ୍ତି ଐଶ୍ୱର୍ଯ୍ୟା ନା ସେ ନିଜର ଲକ୍ଷ୍ୟ କିଛି ଅଲଗା ରଖିଛନ୍ତି? ଯଦି ସେଭଳି ହୋଇଥାଏ,ତେବେ ପିତାପୁତ୍ରୀଙ୍କ ଭିତରେ ଜବରଦସ୍ତ ଟକ୍‌କର ପ୍ରସଙ୍ଗ ତ ରହିବ।

ବାପା-ଝିଅଙ୍କ ସଂପର୍କ ଭିତରେ ପ୍ରେମିକର ପ୍ରବେଶ ଘଟେ। ଏଭଳି ଏକ ଭଲ କାହାଣୀ ଉପରେ ଆଧାରିତ ହେଉଛି ଫିଲ୍ମ ‘ଫନ୍ନେ ଖାନ୍‌’। ଏଥିରେ ଦିବ୍ୟା ଦତ୍ତ ମଧ୍ୟ ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ସମ୍ବନ୍ଧିତ ଖବର