ମୁମ୍ବାଇ: ବଲିଉଡର ଦକ୍ଷ ଅଭିନେତାଭାବେ ପରିଗଣିତ ହେଉଥିବା ଅଜୟ ଦେବଗନଙ୍କ ପରେ ଏବେ ରୋହିତ ସେଟ୍ଟିଙ୍କ ସୁପର ଆକସନ୍-କମେଡି ଫିଲ୍ମ ‘ସିମ୍ବା’ରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କର ଏଣ୍ଟ୍ରି ହୋଇଛି। ଏହି ଅଭିନେତାଜଣକ ହେଲେ ଅନୀଲ କପୁର। ଏହି ସିନେମାରେ ଅନୀଲଙ୍କ ଅଭିନୀତ ଚରିତ୍ରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ଅନୀଲ କପୁରଙ୍କ ସହ ଏହା ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ପ୍ରଥମ ସିନେମା। ଆଗରୁ ସେ ବହୁ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବି କୌଣସି ଗୋଟିକରେ କାମ କରିନଥିଲେ ଅନୀଲ କପୁର।
Sambad is now on WhatsApp
Join and get latest news updates delivered to you via WhatsApp
‘ସିମ୍ବା’ର ନାୟକ ରଣବୀର ସିଂହ ଦ୍ୱିତୀୟ ଥର ପାଇଁ ଅନୀଲ କପୁରଙ୍କ ସହିତ କାମ କରୁଛନ୍ତି। ଆଗରୁ ରଣବୀର ଅନୀଲ କପୁରଙ୍କ ସହିତ ‘ଦିଲ୍ ଧଡ଼କ୍ନେ ଦୋ’ ସିନେମାରେ କାମ କରିଥିଲେ। ସେହି ଫିଲ୍ମରେ ଅନୀଲ ଓ ରଣବୀରଙ୍କ କେମେଷ୍ଟ୍ରେି ଜବରଦସ୍ତ ଥିଲା।
ଏଣେ ‘ସିମ୍ବା’ରେ ଅଜୟ ଦେବଗନଙ୍କୁ ଦର୍ଶକ ପୁଣି ଥରେ ସିଂଘମ୍ ଭଳି ଦମଦାର୍ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅଜୟ ଦେବଗନ୍ ଙ୍କ ସହ ରଣବୀର ସିଂହଙ୍କୁ ଦେଖିବାକୁ ପାଇବେ ଦର୍ଶକ। ‘ସିମ୍ବା’ରେ ରଣବୀରଙ୍କ ଟ୍ରେନର ଓ ଗୁରୁ ଭୂମିକାରେ ଅଛନ୍ତି ଅଜୟ ଦେବଗନ। ଅନୀଲ କପୁରଙ୍କ ପ୍ରବେଶପରେ ଏହା କି କମାଲ୍ କରୁଛି ,ତାହା ଦେଖିବାକୁ ବାକି ରହିଲା।