ଏହି କାରଣରୁ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅନୀଲ କପୁର

ମୁମ୍ବାଇ : ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଝାକାସ୍‌ ଅଭିନେତା ଅନୀଲ କପୁର । ୬୧ବର୍ଷରେ ପାଦ ରଖି ମଧ୍ୟ ସେ ନିଜକୁ ଫିଟ୍‌ ରଖିବାରେ ସଫଳ ହୋଇ ପାରିଛନ୍ତି । ବୟସ ତାଙ୍କ ଆଗରେ ହାର୍‌ ମାନିଛି । ତେବେ କିଛି ଦିନ ତଳେ ଟଙ୍କା ପାଇଁ ଫିଲ୍ମ କରୁଛି ବୋଲି କହୁଥିବା ଅନୀଲ କପୁର ଥରେ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ । ଯାହା ପଛର କାରଣ ସେ ଏବେ ସମସ୍ତଙ୍କୁ ଜଣାଇଛନ୍ତି ।

SpotboyE

ଶ୍ରୀଦେବୀଙ୍କ ଫିଲ୍ମ ‘ଚାନ୍ଦନୀ’ ପ୍ରଥମେ ଅନୀଲ କପୁରଙ୍କୁ ଅଫର କରାଯାଇଥିଲା । କିନ୍ତୁ ସେ ମନା କରିବାରୁ ପରେ ତାଙ୍କ ସ୍ଥାନରେ ଋଷି କପୁରଙ୍କୁ ସୁଯୋଗ ମିଳିଥିଲା । ଫିଲ୍ମରେ ହ୍ଵିଲ୍‌ଚେୟାରରେ ବସିବାର ଦୃଶ୍ୟ ଥିବାରୁ ଅନୀଲ କପୁର ଏହି ଫିଲ୍ମ କରିବାକୁ ମନା କରିଥିବା କହିଛନ୍ତି । ‘ମୋତେ ହ୍ଵିଲ୍‌ଚେୟାରରେ ବସିବାର ନଥିଲା ଯେଉଁଥି ପାଇଁ ମୁଁ ଆଗରୁ ମନା କରିଦେଲି । କିନ୍ତୁ ଫିଲ୍ମ ଦେଖିବା ପରେ ମୋତେ ବହୁତ ଭଲ ଲାଗିଥିଲା ଏବଂ ମୁଁ ପ୍ରଥମେ ୟଶ ଜୀଙ୍କ ପାଖକୁ ଫିଲ୍ମ ହିଟ୍‌ ହେବ ବୋଲି କହିଥିଲି । ମୋରେ ସେ ଡ଼ର ପାଇଁ ମୁଁ ଗୋଟେ ହିଟ୍‌ ଫିଲ୍ମ କରିବାରୁ ବଞ୍ଚିତ ହେଲି’ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର