ଆଲିଆ-ରଣବୀରଙ୍କୁ ନିଜ ସଂପର୍କକୁ ସୁଦୃଢ଼ କରିବା ପାଇଁ ଏହି ଉପଦେଶ ଦେଲେ ଅଭିନେତା ଅନୀଲ କପୁର

ମୁମ୍ବାଇ : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି, ଏଥିରେ ଏବେ କୌଣସି ସନ୍ଦେହ ନାହିଁ । ଦୁହେିଁ ପରସ୍ପରର ଭଲ ମନ୍ଦରେ ସାଥୀରେ ଛିଡ଼ା ହେବା ଏବଂ ଆଲିଆ ରଣବୀରଙ୍କ ପରିବାର ଲୋକଙ୍କ ସହ ସମୟ ବିତାଇବା ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ରହିଛି ବୋଲି ସମସ୍ତେ ଜାଣି ସାରିଲେଣି । ତେବେ ଏହାକୁ ଆହୁରି ସ୍ପଷ୍ଟ କରି ସଂପର୍କକୁ ସୁଦୃଢ଼ କରିବାର ଉପଦେଶ ଦେଇଛନ୍ତି ଚିରସବୁଜ ଅଭିନେତା ଅନୀଲ କପୁର ।

tribune.com.pk

ଅଭିନେତ୍ରୀ ନେହା ଧୁପିଆଙ୍କ ରେଡ଼ିଓ ସୋ’ ନୋ ଫିଲ୍‌ଟର ନେହାରେ ଯୋଗ ଦେଇ ଅନୀଲ କପୁର ଦୁହିଁଙ୍କ ଉପଦେଶ ଦେଇଛନ୍ତି । ଦୁହେଁ ପରସ୍ପର ସହ ଖୁବ୍‌ ସୁନ୍ଦର ଏବଂ ଖୁସି ଦେଖା ଯାଆନ୍ତି । ଦୁହିଁଙ୍କୁ ଯେତେ ସମ୍ଭବ ଅଧିକ ସାଥୀରେ ସମୟ ବିତାଇବା ଦରକାର ବୋଲି କହିଥିଲେ ଅନୀଲ କପୁର ।

ସମ୍ବନ୍ଧିତ ଖବର