ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅନୀଲ କପୁର ଯାହା କଲେ ତାହା ସବୁ କଳାକାର କରନ୍ତୁ ବୋଲି ଆପଣ ଚାହିଁବେ

ମୁମ୍ବାଇ : ବଲିଉଡ୍‌ରେ କେହି ଜଣେ ପ୍ରସିଦ୍ଧି ପାଇବା ପରେ ଧିରେ ଧିରେ ଅନେକ ଲୋକ ତାଙ୍କ ପାଇଁ କାମ କରିବା ଆରମ୍ଭ କରିଥାନ୍ତି । ଲୋକପ୍ରିୟ କଳାକାର ହେବା ପରେ ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ପାଖରେ ତାଙ୍କର ବ୍ୟକ୍ତଗତ ମ୍ୟାନେଜର, ସ୍ପଟ୍‌ ମ୍ୟାନ୍‌,ମେକ୍‌ଅପ୍‌ ପର୍ସନ,ବଡ଼ିଗାର୍ଡ଼ ଏମିତି ଅନେକ ଲୋକ କାମ କରିଥାନ୍ତି । ଯଦି ଅଭିନେତା ବା ଅଭିନେତ୍ରୀଙ୍କର ଲଗାତାର ସୁଟିଂ ରହୁଛି ତେବେ ଅଭିନେତା ବା ଅଭିନେତ୍ରୀଙ୍କ ସମେତ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଖାଲି ସମୟ ମିଳି ପାରି ନଥାଏ । କିନ୍ତୁ କାମରୁ ବିରତି ମିଳିବା ପରେ ଅଭିନେତା ବା ଅଭିନେତ୍ରୀମାନେ ବାହାରକୁ ଛୁଟି କଟାଇବାକୁ ଯାଉଥିବା ବେଳେ ସେମାନଙ୍କ ଅଧୀନରେ କାମ କରୁଥିବା କର୍ମଚାରୀ ଘରେ ବସି ରହିଥାନ୍ତି । କିନ୍ତୁ ବଲିଉଡ୍‌ ଅଭିନେତା ଅନୀଲ କପୁର ଯାହା କରିଛନ୍ତି ତାହା ଜାଣିବା ପରେ ସବୁ ମାଲିକ ମଧ୍ୟ ସେପରି କରନ୍ତୁ ବୋଲି ଆପଣଙ୍କ କହିବେ ।

DNA India

ଲଗାତାର ୮୮ଦିନ ପର୍ଯ୍ୟନ୍ତ ୩ଟି ଫିଲ୍ମ ‘ଫନ୍ନେ ଖାନ୍‌’,‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ ଏବଂ ‘ଟୋଟାଲ ଧମାଲ’ର ସୁଟିଂ ଚାଲୁଥିବାରୁ ଅନୀଲ କପୁର ଏବଂ ତାଙ୍କ ବ୍ୟକ୍ତିଗତ କର୍ମଚାରୀମାନେ ବ୍ୟସ୍ତ ରହୁଥିଲେ । ଏବେ କାମରୁ ବିରତି ମିଳିବା ପରେ ଅନୀଲ ନିଜ କର୍ମଚାରୀମାନଙ୍କୁ ଛୁଟି କଟାଇବା ପାଇଁ ଇଣ୍ଡୋନେସିଆ ଏବଂ ସିଙ୍ଗାପୁର ପଠାଇଥିବା ଜଣାପଡ଼ିଛି । ଅନୀଲଙ୍କ ଅଭିନୟ ଜୀବନ କାଳରେ ତାଙ୍କ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ୍‌ ଜଣାଇବା ପାଇଁ ଅନୀଲ ଏହି ଉପହାର ଦେଇଛନ୍ତିି । ଏହି ଉପହାର ବିଷୟରେ ଜଣାପଡ଼ିବା ପରେ ସମସ୍ତଙ୍କୁ ଏଭଳି ମାଲିକ ମିଳନ୍ତୁ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର