ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଅନିଲ କପୁର, ଆଉ କେହି ନୁହେଁ ତାଙ୍କ ଝିଅ କଲେ ଟ୍ରୋଲ, ଜାଣନ୍ତୁ ଏହା ପଛର କାରଣ…

ମୁମ୍ବାଇ: ଆଜିକାଲି ସୋସିଆଲ ମିଡ଼ିଆରେ କଳାକାରମାନଙ୍କୁ ଟ୍ରୋଲ କରାଯିବା କିଛି ନୂଆ କଥା ନୁହଁ । ପ୍ରତିଦିନ କେହି ନା କେହି କିଛି କଳାକାରମାନଙ୍କ ଫଟୋ ଉପରେ ଖରାପ ମନ୍ତବ୍ୟ ଦେଇ ସେମାନଙ୍କୁ ଟ୍ରୋଲ କରିଥାନ୍ତି । ଏବେ ସେହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ଼୍‍ର ଚିରସବୁଜ କଳାକାର ଅନିଲ କପୁର । ଇନ୍‌ଷ୍ଟାଗ୍ରାମରେ ଅନିଲ କପୁର ନିଜର ଏକ ଫଟୋ ଅପ୍‌ଲୋଡ଼ କରିଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଟ୍ରୋଲ କରାଯାଇଥିଲା । ଆଉ କେହି ନୂହେଁ ବରଂ ତାଙ୍କ ଝିଅ ରିୟା କପୁର ତାଙ୍କୁ ଟ୍ରୋଲ କରିଥିଲେ । ବାପା ତମେ ଅଧିକ କରିବାର ପରିଭାଷା ଅଟ ବୋଲି ଲେଖି ଅନିଲଙ୍କୁ ଟ୍ରୋଲ କରିଥିଲେ ରିୟା ।

ସୂଚନା ମୁତାବକ, ଅନିଲ କପୁରଙ୍କ ସ୍ତ୍ରୀ ୧୦ ଦିନ ଅଷ୍ଟ୍ରିଆରେ ରହି ଫେରୁଥିବା ବେଳେ ଅନିଲ ତାଙ୍କୁ ମନେ ପକାଇ ଇନ୍‌ଷ୍ଟାରେ ଫଟୋ ପୋଷ୍ଟ କରି ମୁଁ ମୋ ଧର୍ମପତ୍ନୀଙ୍କୁ ମେସେଜ କରୁଥିଲି । ୧୦ଦିନ ପରେ ସେ ଅଷ୍ଟ୍ରିଆରୁ ଫେରୁଛନ୍ତି । ମୁଁ କହି ପାରିବିନି ଏହି ୧୦ଦିନ ମୋ ପାଇଁ କଷ୍ଟଦାୟକ ଥିଲା ବୋଲି ଲେଖିଥିଲେ । ଏହି ପୋଷ୍ଟ ଦେଖିବା ପରେ ପ୍ରଥମେ ରିୟା କପୁର ଡ଼ାଡ଼୍‍, ୟୁ ଆର୍‌ ଦ ଡ଼େଫିନେସନ୍‌ ଅଫ୍‌ ଏକ୍ସଟ୍ରା (ବାପା ତମେ ଅଧିକ କରିବାର ପରିଭାଷା ଅଟ) ବୋଲି ଲେଖିଥିଲେ ।

ndtv.com

ରିୟାଙ୍କ ପରେ ପରେ ପରିବାରର ନୂଆ ସଦସ୍ୟ ଆନନ୍ଦ ଆହୁଜା ମଧ୍ୟ କମେଣ୍ଟ କରିଥିଲେ ।

ସମ୍ବନ୍ଧିତ ଖବର