କାହିଁକି ନାୟକ ଆଠଟି ମର୍ଡର୍‌ କରେ ? ଜାଣିବାକୁ ଚାହାଁନ୍ତି ତ , ଦେଖିବାକୁ ପଡ଼ିବ ଏହି ଓଡ଼ିଆ ସିନେମା

ଭୁବନେଶ୍ୱର: ଏବେ ଜଣେ ନୂଆ ନାୟକ ପରଦାକୁ ଆସୁଛନ୍ତି। ସେ ଅବଶ୍ୟ ଅପରିଚିତ ନୁହନ୍ତି, କାରଣ ତାଙ୍କୁ ଦର୍ଶକ ଛୋଟ ପରଦାରେ ଦେଖିଛନ୍ତି। ସାର୍ଥର୍କ ଟିଭିରେ ପ୍ରସାରିତ ‘ପରୀ’ ଥିଲା ତାଙ୍କର ପ୍ରଥମ ମେଗା ଧାରାବାହିକ। ଏଥିରେ ସେ ନାୟକ ଭୂମିକାରେ ନଜର ଆସିଥିଲେ। ଏହି ନାୟକଙ୍କ ନାଆଁ ହେଲା ଅଙ୍କିତ। ଏହାପରେ ସେ ତରଙ୍ଗର ‘ଆମ ଘର ଲକ୍ଷ୍ମୀ’ ଓ ‘ଫୁଲ ଗଡବଡ’ ଭଳି ମେଗା ଧାରାବାହିକରେ ଅଭିନୟ କରିଛନ୍ତି। ଏବେ ଅଙ୍କିତ ‘ପାଗଳ ମୁଁ ତୋ’ ପାଇଁ’ ଓ ‘ସାଥିଆ’ ନାଆଁରେ ତିଆରି ହେଉଥିବା ଦୁଇଟି ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଆସୁଛନ୍ତି। ଏ ଦୁଇ ସିନେମାରେ ତାଙ୍କର ଚରିତ୍ର ବି ଭିନ୍ନ ଭିନ୍ନ ।


‘ପାଗଳ ମୁଁ ତୋ’ପାଇଁ ’ରେ ସେ ଜଣେ ଏଭଳି ପ୍ରେମିକ ରାଜୁ ଭୂମିକାରେ ଅଛନ୍ତି , ଯିଏ କି ୮ ଟି ମର୍ଡର କରୁଛି। କାହିଁକ ନାୟକ ରାଜୁ ଏଭଳି କରେ, ତାହା ଜାଣିପାରିବେ ସିନେମା ରିଲିଜ୍‌ ହେବା ପରେ। ଏଥିରେ ତାଙ୍କର ନାୟିକା ଭୂମିକାରେ ଅଛନ୍ତି ନବାଗତା ଲଭ୍‌ଲି ଲିଲି । ସୁଧାଂଶୁ ଜେନାଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ଏନ୍‌ ପାଢ଼ୀ। ଏଥିରେ ଅଙ୍କିତ,ଲଭଲି ଲିଲିଙ୍କ ବ୍ୟତୀତ ମନୋଜ ମିଶ୍ର ,ଦିବଙ୍ଗତ ଅନୀତା ଦାସ, ବିଜୁ ବଡ଼ଜେନା ପ୍ରମୁଖ କୁଖ୍ୟ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର