ମୁମ୍ବାଇ: ଏବେକାର ଲୋକପ୍ରିୟ ନାୟକ ସୁଶାନ୍ତ ସିଂହ ରାଜପୁତ ଓ ଛୋଟ ପରଦାର ନାମୀ ନାୟିକା ଅଙ୍କିତା ଲୋଖଣ୍ଡେ ପ୍ରେମୀଯୁଗଳ ଭାବେ ଖୁବ୍ ଚର୍ଚ୍ଚାରେ ଥିଲେ।ସେ ଦୁହେଁ ଜି ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ପବିତ୍ର ରିସ୍ତା’ରେ ପ୍ରଥମେ ଏକାଠି କାମ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
‘ପବିତ୍ର ରିସ୍ତା’ରେ କାମ କରିବା ବେଳେ ହିଁ ସୁଶାନ୍ତ ଓ ଅଙ୍କିତା ଡେଟ୍ କରିଥିଲେ। ଏପରିକି ସେ ଦୁହେଁ ଲିଭଇନ୍ରେ ମଧ୍ୟ ବି ଥିଲେ। କୁହାଯାଏ ୬ ବର୍ଷ ଧରି ସୁଶାନ୍ତ ଓ ଅଙ୍କିତା ଲିଭ ଇନ୍ ରିଲେସନ୍ରେ ଥିଲେ,ସେତେବେଳେ ଏହି ଯୋଡିକୁ କୁହାଗଲା ସବୁଠାରୁ ଲୋକପ୍ରିୟ ଯୋଡ଼ି।
ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକ୍ ଅପ୍କୁ ଇତିମଧ୍ୟରେ ପ୍ରାୟ ଦୁଇବର୍ଷ ହୋଇଗଲାଣି। ଏହା ଭିତରେ ସୁଶାନ୍ତ ସିଂହ ରାଜପୁତ ବଲିଉଡରେ ନାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିସାରିଲେଣି। ସେ କାଇପୋଚେ, ପି.କେ, ଏମ୍ ଏସ୍ ଧୋନି ଓ ରାବ୍ତା ଭଳି ସିନେମାରେ ଅଭିନୟ କରିସାରିଲେଣି।
ତେଣେ ଅଙ୍କିତା ବି ବଲିଉଡରେ କାମ ଆରମ୍ଭ କରିସାରିଲେଣି। ସେ କଙ୍ଗନା ରାନାଓ୍ଵତଙ୍କ ଅଭିନୀତ ‘ମଣିକର୍ଣ୍ଣିକା’ରେ ନଜର ଆସିବେ।
ଦୁଇ ବର୍ଷ ହେଲା ବ୍ରେକ୍ଅପ୍ ହୋଇଗଲାଣି ସୁଶାନ୍ତ -ଅଙ୍କିତାଙ୍କର। ଏହା ଭିତରେ କେବେ ବି ଅଙ୍କିତା ଲୋଖଣ୍ଡେ ବ୍ରେକ୍ଅପ୍ ସଂପର୍କରେ ମୁହଁ ଖୋଲି କହି ନ ଥିଲେ।
ଏବେ ସେ କହିଛନ୍ତି ଯେ,ବ୍ରେକ୍ଅପ୍ ତାଙ୍କର କ୍ୟାରିଅର୍କୁ କ୍ଷତି ପହଞ୍ଚାଇଛି। ପ୍ରେମ ଓ କ୍ୟାରିଅର୍ ଭିତରେ ସନ୍ତୁଳନ ରକ୍ଷା କରିବା ତାଙ୍କ ପାଇଁ କଷ୍ଟକର ଥିଲା ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ପରିବାର ଓ ସାଙ୍ଗମାନେ ଏହି ସମୟରେ ସାଥ୍ ଦେଇଥିଲେ ବୋଲି କହିଛନ୍ତି ଅଙ୍କିତା।