ବଲିଉଡ଼ରେ ଆଉ ଜଣେ ଷ୍ଟାର କିଡ୍‌ : ‘ମର୍ଦ କୋ ଦର୍ଦ ନେହିଁ ହୋତା’ରେ ଦେଖାଦେବେ ଭାଗ୍ୟଶ୍ରୀଙ୍କ ପୁତ୍ର ଅଭିମନ୍ୟୁ

ମୁମ୍ବାଇ: ବଲିଉଡରେ ଆଉ ଜଣେ ଷ୍ଟାର କିଡ୍‌ ଏଣ୍ଟ୍ରି କରୁଛନ୍ତି । ଏବେ ସବୁ ପୁରୁଣା ଅଭିନେତା-ଅଭିନେତ୍ରୀମାନଙ୍କର ଜମାନା ସରି ଆସୁଥିବା ବେଳେ ଧୀରେ ଧୀରେ ସେମାନଙ୍କର ପିଲାମାନେ ସେମାନଙ୍କ ପଥକୁ ଆପଣେଇବାରେ ଲାଗିଛନ୍ତି। ପୂର୍ବରୁ ଅନେକ ବଲିଉଡର କଳାକାରମାନଙ୍କର ପିଲା ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇ ସାରିଥିବା ବେଳେ ଏବେ ଏକ ନୂଆ ନାଁ ସାମ୍ନାକୁ ଆସିଛି । ସେ ଆଉ କେହି ନୁହନ୍ତି, ‘ମେନେ ପ୍ୟାର କିଆ’ ଚଳଚ୍ଚିତ୍ରରେ ଦର୍ଶକଙ୍କ ମନ ଜିଣିଥିବାଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦଶାନୀ । ବାସନ ବାଲାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଜରିଆରେ ସେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ରନି ସ୍କ୍ରିଉଓ୍ଵାଲାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଥିବା ବେଳେ ଏହାର ଏକ କ୍ଲିପ୍‌ ବୋର୍ଡ ଫଟୋ ଏବେ ଭାଇରାଲ ହୋଇଛି ।

ପ୍ରାୟ ଦେଢ଼ ମାସ ଟ୍ରେନିଂ ନେବା ପରେ ସେ ଏହି ଫିଲ୍ମ ସାଇନ୍‌ କରିଥିବା ଜଣା ପଡ଼ିଛି । ସୁଟିଂର ପ୍ରଥମ ଦିନରେ ସେ ଏହି ଲାଇନ୍‌କୁ ଆସିବା ପଛର କାହାଣୀ କହିଥିଲେ । ସେ କହିଥିଲେ କେବଳ ଅଭିଜ୍ଞତା ପାଇଁ ମୁଁ ମୋର ମାର୍ଶଲ ଆର୍ଟ ଶିକ୍ଷକଙ୍କ ଠାରୁ ଅଡିସନ୍‌ ବିଷୟରେ ଶୁଣି ଅଡିସନ୍‌ ଦେଇଥିଲି । ଏହାପରେ ମୁଁ ମୁଖ୍ୟ ଚରିତ୍ର ପାଇଁ ମନୋନୀତ ହେଲି ଯାହାକି ମୁଁ କେବେ ଭାବି ନଥିଲି । ଏହା ସହିତ ଅଭିମନ୍ୟୁଙ୍କ ନାୟିକା ଭାବରେ ଦେଖାଦେବେ ରାଧିକା ମଦାନ୍‌ । ଯିଏକି କର୍ଲସ୍‌ର ପ୍ରସାରିତ ହୋଇ ସାରିଥିବା ଏକତା କପୁରଙ୍କ ସିରିୟଲ ‘ମେରି ଆଶିକି ତୁମ୍‌ସେ ହି’ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖା ଦେଇଥିଲେ ।

 

ସମ୍ବନ୍ଧିତ ଖବର