ପେଟରେ ୧୩ଟି ଟ୍ୟୁମର, ଗର୍ଭାଶୟ ବାହାର କରିବା ପୂର୍ବରୁ ଏହି କଥା ଭାବୁଥିଲେ ଅନୁଷ୍କା

ମୁମ୍ବାଇ : ପ୍ରଖ୍ୟାତ ସଙ୍ଗୀତକାର ଅନୁଷ୍କା ଶଙ୍କର କିଛି ଦିନ ତଳେ ଏଭଳି ଏକ ପରିସ୍ଥିତି ଦେଇ ଗତି କରିଛନ୍ତି, ଯାହା କୌଣସି ମହିଳାଙ୍କ ଜୀବନ ବଦଳାଇ ଦେଇପାରେ । ଅନୁଷ୍କାଙ୍କର ଡବଲ ହିଷ୍ଟେରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି, ଯେଉଁଥିରେ ତାଙ୍କ ଗର୍ଭାଶୟକୁ ତାଙ୍କ ଶରୀରରୁ ବାହାର କରି ଦିଆଯାଇଛି । ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ଏ ବିଷୟରେ ଜଣାଇଛନ୍ତି ଅନୁଷ୍କା । ପୋଷ୍ଟର ଟାଇଟେଲ ରହିଛି ଲେଡି ବିଟ୍‌ସ ।

पेट में 13 ट्यूमर, यूट्रस निकलवाने से पहले इस बात से डर रही थीं अनुष्का
aajtak.intoday.in

ସେୟାର କରାଯାଇଥିବା ପୋଷ୍ଟରେ, ଗତ ମାସରୁ ମୋ ପାଖରେ ଗର୍ଭାଶୟ ନାହିଁ । ଗର୍ଭାଶୟରେ ସମସ୍ୟା ଥିବାରୁ ଡାକ୍ତରଙ୍କୁ ମୋର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା । ଅସ୍ତ୍ରୋପଚାର ପରେ ମୋର ପେଟ ୬ମାସର ଗର୍ଭବତୀ ଭଳି ହୋଇ ଯାଇଛି । ମୋ ପେଟରେ ୧୩ଟି ଟ୍ୟୁମର ଥିଲା । ଏହା ବିଷୟରେ ଡାକ୍ତର ମୋତେ ଜଣାଇବା ସହ ଗର୍ଭାଶୟ ବାହାର କରିବାକୁ ହେବ ବୋଲି କହିଥିଲେ । ଯାହା ବିଷୟରେ ଜାଣି ମୁଁ ଅବସାଦଗ୍ରସ୍ତ ହୋଇ ଯାଇଥିଲି । ଗର୍ଭାଶୟ କଢ଼ାଯିବା ପରର ପ୍ରଭାବ ବିଷୟରେ ଭାବି ମୁଁ ଚିନ୍ତିତ ହୋଇ ପଡ଼ିଥିଲି । କିନ୍ତୁ ମୋ ପରିବାର ଓ ବନ୍ଧୁମାନଙ୍କ ସହ କଥା ହେବା ପରେ ଅନେକ ମହିଳା ମୋ ପରସ୍ଥିତି ଦେଇ ଗତି କରି ସାରିଥିବା ନେଇ ମୁଁ ଜାଣିବାକୁ ପାଇଥିଲି । ଯାହା ପରେ ମୁଁ ଅଚିନ୍ତାରେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲି ।

ସମ୍ବନ୍ଧିତ ଖବର