ମୋ ଭଉଣୀ ଖୁସି ଓ ଜାହ୍ନବୀଙ୍କୁ ଦୁର୍ବ୍ୟବହାର କର ନାହିଁ: ସାବତ ଭଉଣୀ ଅନ୍‌ଶୁଲା

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁରଙ୍କ ପ୍ରଥମ ପତ୍ନୀଙ୍କ ପୁତ୍ର ଅର୍ଜୁନ କପୁର୍‌ ଓ କନ୍ୟା ଅନ୍‌ଶୁଲା ଏବେ ପ୍ରାୟ ବୋନି କପୁରଙ୍କ ଦ୍ୱିତୀୟ ପରିବାର ସହ ନିଜର ସଂପର୍କ ପୂର୍ବାପେକ୍ଷା ବଢ଼ାଇ ଥିବାର ଦେଖିବାକୁ ମିଳୁଛି। ଆପଣ ଏକଥା ଜାଣିଥିବେ ନିଶ୍ଚୟ ଅର୍ଜୁନ ଏବଂ ଅନ୍‌ଶୁଲା ସାବତ ମାଆ ଶ୍ରୀଦେବୀଙ୍କୁ ଗ୍ରହଣ କରିପାରି ନଥିଲେ ବି ସାବତ ଭଉଣୀ ଜାହ୍ନବୀ ଓ ଖୁସିଙ୍କ ସହ ସେମାନଙ୍କର ଖୁବ ଭଲ ସଂପର୍କ।

ନିକଟରେ ସୋସିଆଲ୍‌ ମିଡିଆରେ ଅର୍ଜୁନ କପୁରଙ୍କର କିଛି ପ୍ରଶଂସକ ଜାହ୍ନବୀ ଏବଂ ଖୁସିଙ୍କୁ ଅପମାନିତ କଲା ପରି କିିଛିଟା କମେଣ୍ଟ ଦେଇଥିଲେ। ଯାହାକୁ ନାପସନ୍ଦ କରିଛନ୍ତି ଅର୍ଜୁନଙ୍କ ଭଉଣୀ ତଥା ଜାହ୍ନବୀ ଓ ଖୁସିଙ୍କ ସାବତ ଭଉଣୀ ଅନ୍‌ଶୁଲା। ସେ ଖୋଲା ଖୋଲି ଭାବେ କହିଛନ୍ତି ଯେ ‘ମୋ ଭଉଣୀମାନଙ୍କୁ ଦୁର୍ବ୍ୟବହାର କରିବାର ସାହସ କରନାହିଁ। ଭାଇ ଓ ମୋ ପ୍ରତି ଥିବା ତୁମମାନଙ୍କ ଭଲ ପାଇବାକୁ ମୁଁ ସମ୍ମାନ କରୁଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ମୁଁ ଆମ ଦେଶ ଭାରତରେ ରହି କାମ କରୁଛି। ପ୍ରେମ ଓ ଆନନ୍ଦ ଖେଳାଇବାକୁ ଚେଷ୍ଟା କର। ଭଲପାଇବା ପାଇଁ ଧନ୍ୟବାଦ୍‌’

ସମ୍ବନ୍ଧିତ ଖବର