ଭାରତୀୟ ମଡେଲିଂ ଇଣ୍ଡଷ୍ଟ୍ରିରେ ନୂଆ ଅଧ୍ୟାୟ: ଫଟୋସୁଟ୍‌ ପାଇଁ ଶରୀରରୁ ପୋଷାକ ଖୋଲିଲେ ମଡେଲ

ମୁମ୍ବାଇ: ମଡେଲ୍‌ ହୁଅନ୍ତୁ କିମ୍ବା ଅଭିନେତ୍ରୀ ଫଟୋସୁଟ୍‌ର ସଉକ ଏମାନଙ୍କ ଭିତରେ ଖୁବ୍‌ ବେଶି ରହିଥାଏ। ନିକଟରେ ଜଣେ ଭାରତୀୟ ମଡେଲ୍‌ ନିଜର ଫଟୋସୁଟ୍‌ ସଉକ ପୂରା କରିବା ପାଇଁ ନଗ୍ନ ଫଟୋ ଉଠାଇ ଚର୍ଚ୍ଚା ପାଲଟିଛନ୍ତି। ଏହି ଚର୍ଚ୍ଚିତ ମଡେଲ ଜଣକ ହେଉଛନ୍ତି ଯନ୍‌ତୀ ହଜାରିକା। ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ୨୦୧୪ରେ ହଜାରିକା ଫାଇନାଲ୍‌ ରାଉଣ୍ଡ୍‌ରେ ରହିବା ପରେ ସେ ନିଜର ମଡେଲିଂ କ୍ୟାରିୟର୍‌ ଆରମ୍ଭ କରିଛନ୍ତି। ଆଜି ସେ ଭାରତର କେତେ ଜଣ ଟପ୍‌ ମଡେଲ୍‌ଙ୍କ ଭିତରୁ ଅନ୍ୟତମ। ନିକଟରେ ସେ ଚର୍ଚ୍ଚା ପାଲଟିଛନ୍ତି ତାଙ୍କର କେତୋଟି ନଗ୍ନ ଫଟୋକୁ ନେଇ।

ଉତ୍ତର-ପୂର୍ବାଞ୍ଚଳ ଆସାମର ଏହି ମଡେଲ୍‌ ଜଣକ ନିଜର ମଡେଲିଂ କ୍ୟାରିୟର୍‌ରେ ବହୁ କଠିନ ସମୟର ସାମ୍ନା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଅନ୍ଦାଜରେ ଏହି ଶ୍ୟାମଳୀ ସୁନ୍ଦରୀଙ୍କୁ ଶେଷରେ ସଫଳତା ପାଇବା ନେଇ କେହି ଅଟକାଇ ପାରିନାହାନ୍ତି। ନିଜର ଟପ୍‌ଲେସ୍‌ ଫଟୋ ସୁଟ୍‌ କରି ସେ ପୂରା ମଡେଲିଂ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ପଦକ୍ଷେପ ନେବାର ସାହସ କରିଛନ୍ତି।

ସମ୍ବନ୍ଧିତ ଖବର