ଅନୁ ଚୌଧୁରୀ ଏବେ ଆଗ ଅପେକ୍ଷା ଅଧିକ ସକ୍ରିୟ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଏବେ ସିନେମାରେ ଖୁବ୍‌ ସକ୍ରିୟ ହେଲେଣି। ସେ ଏବେ ଏକ ଜୁଏଲାରି ବିଜ୍ଞାପନରେ ନଜର ଆସୁଛନ୍ତି। ଏଥିପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ଅନୁ ଚୌଧୁରୀ ।ଏବେ ଅନୁ ଚୌଧୁରୀ ତାଙ୍କର ଆଗାମୀ ସିନେମାକୁ ନେଇ ବି କମ୍‌ ଚର୍ଚ୍ଚାରେ ନାହାଁନ୍ତି। ଅନୁଙ୍କ ଆଗାମୀ ସିନେମା ମଧ୍ୟରେ ରହିଛି ‘ନାୟକର ନାଆଁ ଦେବଦାସ’। ମୃତ୍ୟୁଞ୍ଜୟ ସାହୁ(ବାପି)ଙ୍କ ନିର୍ଦ୍ଦେଶିତ ଭୂମିକାରେ ଦେଖିବାକୁ ପାଇବେ। ପ୍ରଖ୍ୟାତ ଔପନ୍ୟାସିକ ଶରତଚନ୍ଦ୍ରଙ୍କ ରଚିତ ବହୁଚର୍ଚ୍ଚିତ ଉପନ୍ୟାସ ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମରେ ଅନୁ ଚୌଧୁରୀଙ୍କ ବ୍ୟତୀତ ଭୂମିକା ଦାଶ,ଅସିତ,ବିଜୟ ମହାନ୍ତି, ବବି ମିଶ୍ର ଓ ଅପରାଜିତା ପ୍ରମୁଖ ଅଭିନୟ କରିଛନ୍ତି। ଏହି ସିନେମାରେ ଅନୁ ଚୌଧୁରୀଙ୍କ ଭୂମିକାଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ।
‘ନାୟକର ନାଆଁ ଦେବଦାସ’ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହି ସିନେମା ବ୍ୟତୀତ ଅନୁ ଚୌଧୁରୀ ଅନ୍ୟ ଏକ ଟାଇଟଲ୍‌ ହେଲା‘ପାଟନାଗଡ’। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବି ଅନୁଙ୍କୁ ଏବେ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣୀ ଓଲିଉଡ ଅଭିନେତା ମନୋଜ ମିଶ୍ର ଓ ତନ୍ମୟ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ବବି ଇସଲାମଙ୍କ ନିର୍ଦ୍ଦେଶିତ ‘ଛବିରାଣୀ’ରେ ବି ନଜର ଆସିବେ ଅନୁ ଚୌଧୁରୀ ।


ଏହା ଛଡ଼ା ଅନୁ ଚୌଧୁରୀ ‘ରକ୍ତ ଚିହ୍ନେ ରକ୍ତକୁ’ ଟାଇଟଲରେ ନିର୍ମାଣଧୀନ ଅନ୍ୟ ଏକ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି। ଏତଦ୍‌ବ୍ୟତୀତ ଅନୁଙ୍କ ହାତରେ ଅନ୍ୟ ଓଡ଼ିଆ ସିନେମାର ଅଫର୍‌ ଥିବା ମଧ୍ୟ ଜଣାଯାଇଛି।

ସମ୍ବନ୍ଧିତ ଖବର