ନୂଆ ରୂପରେ ଆସିବେ ଅନୁ ଚୌଧୁରୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଏବର୍ଷ ନୂଆ ରୂପରେ ଆସିବେ ବୋଲି କୁହାଯାଉଛି। ଏବେ ଅନୁ ଚୌଧୁରୀ ତାଙ୍କର ଆଗାମୀ ସିନେମାକୁ ନେଇ ବି ଖୁବ୍‌ ଚର୍ଚ୍ଚାରେ ନାହାଁନ୍ତି। ଅନୁଙ୍କ ଆଗାମୀ ସିନେମା ମଧ୍ୟରେ ରହିଛି ‘ନାୟକର ନାଆଁ ଦେବଦାସ’। ମୃତ୍ୟୁଞ୍ଜୟ ସାହୁ(ବାପି)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଏକ ନୂଆ ପ୍ରକାରର ଭୂମିକାରେ ଦେଖିବାକୁ ପାଇବେ ତାଙ୍କୁ ଦର୍ଶକ। ପ୍ରଖ୍ୟାତ ଔପନ୍ୟାସିକ ଶରତଚନ୍ଦ୍ରଙ୍କ ରଚିତ ବହୁଚର୍ଚ୍ଚିତ ଉପନ୍ୟାସ ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମରେ ଅନୁ ଚୌଧୁରୀଙ୍କ ବ୍ୟତୀତ ଭୂମିକା ଦାଶ,ଅସିତ,ବିଜୟ ମହାନ୍ତି, ବବି ମିଶ୍ର ଓ ଅପରାଜିତା ପ୍ରମୁଖ ଅଭିନୟ କରିଛନ୍ତି।ଏହି ସିନେମାରେ ଅନୁ ଚୌଧୁରୀଙ୍କ ଭୂମିକାଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ।ଏଥିରେ ଚନ୍ଦ୍ରମୁଖୀ ବନିଛନ୍ତି ଅନୁ।


‘ନାୟକର ନାଆଁ ଦେବଦାସ’ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହି ସିନେମା ବ୍ୟତୀତ ଅନୁ ଚୌଧୁରୀଙ୍କ ଅନ୍ୟ ଏକ ଫିଲ୍ମ ହେଲା ‘ପାଟନାଗଡ’।ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବି ଅନୁଙ୍କୁ ଏବେ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣୀ ଓଲିଉଡ ଅଭିନେତା ମନୋଜ ମିଶ୍ର ଓ ତନ୍ମୟ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟ ଏକ ସିନେମା ‘ଛବିରାଣୀ’ରେ ଅନୁ ଚୌଧୁରୀ ଦମଦାର୍‌ ରୋଲରେ ନଜର ଆସିବେ ।
ଏହା ଛଡ଼ା ଅନୁ ଚୌଧୁରୀ ‘ରକ୍ତ ଚିହ୍ନେ ରକ୍ତକୁ’ ଟାଇଟଲରେ ନିର୍ମାଣାଧୀନ ଅନ୍ୟ ଏକ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର