ଏ ବର୍ଷ ହିଟ୍‌ ପାର୍ଟନର୍‌ଙ୍କ ସହ ପରଦାକୁ ଆସିଥିଲେ ଅନୁ ଚୌଧୁରୀ

ଭୁବନେଶ୍ୱର : ଦିନେ ଅନୁ ଚୌଧୁରୀ ଥିଲେ ଓଲିଉଡ୍‌ର ଏକ ନମ୍ବର ନାୟିକା । ଏବେ ସେ ସେହି ଆସନରେ ନ ଥିଲେ ମଧ୍ୟ ଏଯାବତ୍‌ ଚରିତ୍ର ଅଭିନୟକୁ ଓହ୍ଲାଇନାହାନ୍ତି। ଅନୁ ଏଥି ଲାଗି ଫିଲ୍ମ ଛାଡ଼ୁଛନ୍ତି । ସେ ଯାହା ହେଉନା କାହିଁକ ଅନୁଙ୍କୁ ଦର୍ଶକ ଏ ବର୍ଷ ଗୋଟିଏ ଦେଖିବାକୁ ପାଇଥିଲେ।ଅନୁ ଚୌଧୁରୀଙ୍କ ଯେଉଁ ସିନେମା କଥା ଏଠାରେ କୁହାଯାଉଛି ତାହା ହେଲା ‘ଗଡଫାଦର୍‌’।

ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦେଶିତ‘ଗଡଫାଦର୍‌’ ରେ ତାଙ୍କୁ ଏକଦମ୍‌ ଭିନ୍ନ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଲେ । ଏହି ଫିଲ୍ମରେ ଅନୁଙ୍କୁ ତାଙ୍କର ହିଟ୍‌ ପାର୍ଟନର୍‌ ସିଦ୍ଧାନ୍ତଙ୍କ ସହ ପୁଣି ଥରେ ନଜର ଆସିଥିଲେ। ଦର୍ଶକ ପ୍ରାୟ ସାତ ବର୍ଷ ବ୍ୟବଧାନରେ ପୁଣି ଗୋଟିଏ ସିନେମାରେ ଏକାଠି ଦେଖା ଦେଇଥିଲେ ସେ। ଅନୁ ଚୌଧୁରୀ ୧୯୯୮ରେ ମୁକ୍ତିପ୍ରାପ୍ତ ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ମା’ ଗୋଜବାୟାଣୀ’ ସିନେମାରୁ ଓଲିଉଡରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଓଡ଼ିଆ ,ବଙ୍ଗଳା ,ତେଲୁଗୁ ଏବଂ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର