ଅନୁଭବ ହେଲେ ‘ପ୍ରେମ୍‌ କୁମାର’ ଓ ବାବୁସାନ୍‌ ‘ସଲମାନ୍‌ ଖାନ୍‌’!

ଭୁବନେଶ୍ୱର : ଓଲିଉଡ଼ର ଟପ୍‌ ଷ୍ଟାର୍‌ ଅନୁଭବ ମହାନ୍ତି ବେଶ୍‌ କେତୋଟି ଫିଲ୍ମରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିଛନ୍ତିି। ସେ କେତେବେଳେ ଡନ୍‌ ସାଜିଛନ୍ତି ତ, ପୁଣି କେତେବେଳେ ମୋଷ୍ଟ ଓ୍ଵାଣ୍ଟେଡ୍‌। ଠିକ୍‌ ସେମିତି କେବେ ତାଙ୍କୁ ଦର୍ଶକ ‘ବାଳୁଙ୍ଗାଟୋକା’ ରୂପରେ ଦେଖିଛନ୍ତି ତ ପୁଣି କେବେ ସିଏ ବନିଛନ୍ତି କାବୁଲା ବାରବୁଲା….।

ଅନୁଭବ ଏବେ କିନ୍ତୁ ଏକ ନୂଆ ନାଆଁରେ ଓ ନୂତନ ରୂପରେ ଆସିବେ ପରଦାରେ। ହଁ ସେ ଏବେ ବନିଛନ୍ତି ‘ପ୍ରେମ୍‌ କୁମାର୍‌’। ଏହା ହେଉଛି ତରଙ୍ଗ ସିନେ ପ୍ରଡ଼କସନ୍‌ସର ନୂଆ
ସିନେମାର ଟାଇଟଲ୍‌। ‘ପ୍ରେମ୍‌ କୁମାର୍‌’ଟାଇଟଲରେ ନିର୍ମିତ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ପରଦାକୁ ଆସୁଛନ୍ତି ଶିବାନୀ। ଶିବାନୀଙ୍କୁ ଦର୍ଶକ ପୂର୍ବରୁ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ଫିମେଲ୍‌ ଲିଡ଼୍‍ରେ ଦେଖିବାକୁ ପାଇଥିଲେ।ଏଥିରେ ଶିବାନୀଙ୍କ ନାୟକ ଥିଲେ ବାବୁସାନ୍‌। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।

ଠିକ୍‌ ସେହିପରି ତରଙ୍ଗ ସିନେ ପ୍ରଡ଼କସନ୍‌ସର ଯେଉଁ ଫିଲ୍ମର ସୁଟିଂ ଚାଲିଛି,ଯେଉଁଥିରେ କି ବାବୁସାନ୍‌ ହିରୋ ବନିଛନ୍ତି ତାହାର ଟାଇଟଲ୍‌ ହେଲା‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’। ଏହି ଫିଲ୍ମରେ ବାବୁସାନ୍‌ଙ୍କ ବିପକ୍ଷରେ ଜଣେ ନବାଗତା ଦିବ୍ୟାଙ୍କୁ ଇଣ୍ଟ୍ରୋଡ଼୍ୟୁସ୍‌ କରାଯାଇଥିବା ଜଣାଯାଇଛି। ବାବୁସାନ୍‌ ବି ଆଗରୁ ବେଶ୍‌ କେତୋଟି ଫିଲ୍ମରେ ଟାଇଟଲ୍‌ ରୋଲ୍‌ କରିଛନ୍ତି। ଏହି ଫିଲ୍ମରେ ସେ ପୁଣି କମାଲ୍‌ କରୁଛନ୍ତି କି ନା,ତାହା ଜଣାପଡ଼ିବ ଖୁବ୍‌ ଶୀଘ୍ର। ‘ସୁନ୍ଦର ଗଡ଼ର ସଲମାନ୍‌ ଖାନ୍‌’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଅଶୋକ ପତି।ଏ ଦୁଇଟି ଓଡ଼ିଆ ସିନେମା ଆଗାମୀ ରଜରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର