ଅନୁଭବ କି ଅରିନ୍ଦମଙ୍କ ଦେଖା ମିଳିଲା ନାହିଁ

ଭୁବନେଶ୍ୱର: ୨୦୧୮ର ପ୍ରଥମ ଛଅ ମାସ ଭିତରେ ଆସନ୍ତୁ ଜାଣିବା କେଉଁ ନାୟକମାନଙ୍କ ଦେଖା ମିଳିଲା ନାହିଁ ପରଦା ଉପରେ। ଏମାନେ ଏଥର ଅନୁପସ୍ଥିତ ତାଲିକାରେ ଅଛନ୍ତି।
୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡର କେତେକ ଲୋକପ୍ରିୟ ନାୟକଙ୍କୁ ପରଦାରେ ଦେଖିବାକୁ ମିଳି ନାହିଁ । ମୋନଙ୍କ ମଧ୍ୟରେ ଅଛନ୍ତି ଅନୁଭବ। ବିଗତ ବଷତାଙ୍କର ଗୋଟିଏ ସିନେମା ଏହି ସମୟ ଭିତରେ ରିଲଜ୍‌ ହୋଇଥିଲା। ଠିକ୍‌ ପୂବଁ ବର୍ଷ ବି ସେହି ଘଟଣା ଘଟିଥିଲା  । ଏଥର ପ୍ରଥମାର୍ଦ୍ଧରେ ସେ ନଜର ଆସି ନାହାନ୍ତି ପରଦାରେ। ସେହି କଥା ମଧ୍ୟ ଓଲିଉଡର ଆଉ ଜଣେ ଜଣାଶୁଣା ନାୟକଙ୍କ ପାଇଁ ବି ଲାଗୁ ହୋଇଛି। ସେ ହେଲେ ଅରିନ୍ଦମ୍‌। ଗତବର୍ଷ ବି ତାଙ୍କୁ ଏହି ସମୟ ଭିତରେ କୌଣସି ସିନେମାରେ ଦେଖିବାକୁ ମିଳିନଥିଲା।ଅବଶ୍ୟ ତାହା ଆଗରୁ ଅଧିକାଂଶ ବର୍ଷର ପ୍ରଥମଭାଗରେ ସେ ପରଦାକୁ ଆସିଛନ୍ତି।


୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡର ଅନ୍ୟ କେତେଜଣ ଲୋକପ୍ରିୟ ନାୟକଙ୍କୁ ବି ଏଥର ପରଦା ଉପରେଦେଖିବାକୁ ପାଇନାହାନ୍ତି ଦର୍ଶକ। ସେମାନଙ୍କ ମଧ୍ୟରେ ବୁଦ୍ଧାଦିତ୍ୟ ମହାନ୍ତି, ଅଭିଷେକ, ସୁନୀଲ କୁମାର,ଦୀପକ,ଅମ୍ଳାନଏବଂ ସୂରଜ ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର